ଉତ୍ତରାଖଣ୍ଡ ହିମସ୍ଖଳନରେ ଓଡ଼ିଆ ଯୁବକ ନିଖୋଜ, ମହାପ୍ରଳୟରେ ଗଲାଣି ୧୮ ଜୀବନ

ଉତ୍ତରାଖଣ୍ଡ: ପ୍ରକୃତିର କରାଳ ରୂପ ଦେଖିଲା ଦେବଭୂମୀ ଉତ୍ତରାଖଣ୍ଡ । ମହାପ୍ରଳୟରେ ୧୮ ଜଣଙ୍କ ଜୀବନହାନୀ । ହିମସ୍ଖଳନ ଯୋଗୁ ଏବେ ବି ଶତାଧିକ ନିଖୋଜ ଥିବା ବେଳେ ୧୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଏନ୍‌ଟିପିସିର ପାୱାର ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା କର୍ମଚାରୀ ବୋଲି କୁହାଯାଉଛି ।

ଉତ୍ତରାଖଣ୍ଡ ହିମସ୍ଖଳନରେ ଓଡ଼ିଆ ଯୁବକ ନିଖୋଜ । ଭଦ୍ରକ ଧାମରା ବାଂଶଡା ଥାନା କୁଦକାନ୍ଥି ଗ୍ରାମର ନାଗାର୍ଜୁନ ଦାସ ନିଖୋଜ ଥିବା ସୂଚନା ମିଳିଛି । ନଭେମ୍ବର ୫ ତାରିଖରୁ ଉତ୍ତରାଖଣ୍ଡର ଋଷିଗଙ୍ଗା ପାୱାର ପ୍ରକଳ୍ପର ତପୋବନ ରେଣୀ ବ୍ୟାରେଜରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିଲେ ନାଗାର୍ଜୁନ ।

ହିମସ୍ଖଳନ ପରେ ନାଗାର୍ଜୁନଙ୍କ ସ୍ତ୍ରୀ ଫୋନ ଯୋଗେ ତପୋବନ ରେଣୀ ବ୍ୟାରେଜ ଅଧିକାରୀଙ୍କ ସହ ଯୋଗାଯୋଗ କରିଛନ୍ତି । ତାଙ୍କ ନିକଟରେ ଭାସିଯାଇଥିବା ଅଥବା ପ୍ରାଣ ହରାଇଥିବା ସମସ୍ତ ଶ୍ରମିକଙ୍କ ଖବର ନାହଁ । ଖିବଶୀଘ୍ର ସମସ୍ତ ଶ୍ରମିକଙ୍କୁ ଠାବ କଲାପରେ ସଂପୃକ୍ତ ରାଜ୍ୟ ସରକାରଙ୍କୁ ଜଣାଯିବ ବୋଲି କହିଛନ୍ତି ତପୋବନ ରେଣୀ ବ୍ୟାରେଜ୍ ଅଧିକାରୀ ।

Leave a Reply