ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ପରାମର୍ଶଦାତା ଭାବେ ଓଡ଼ିଆ ଅଧିକାରୀ ନିଯୁକ୍ତ

1 min read
Odia IRS officer Simanchala Dash on being appointed as advisor to Executive Director of IMF

ନୂଆଦିଲ୍ଲୀ: ୧୯୮୮ ବ୍ୟାଚର ଆଇଆରଏସ ସୀମାଚଳ ଦାଶଙ୍କୁ ଗୁରୁ ଦାୟିତ୍ୱ । ଓଡ଼ିଆ ଆଇଆରଏସ (ଭାରତୀୟ ରାଜସ୍ୱ ସେବା) ଅଧିକାରୀ ସୀମାଚଳ ଦାଶଙ୍କୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ)କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ପରାମର୍ଶଦାତା ନିଯୁକ୍ତ କରାଯାଇଛି ।

ଶ୍ରୀ ଦାଶଙ୍କ ନିଯୁକ୍ତିକୁ ନେଇ ଖୁସିବ୍ୟକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଏକ ଟ୍ଵିଟ କରି ସୀମାଞ୍ଚଳ ଦାଶଙ୍କୁ ଶୁଭେଚ୍ଛା ଜଣାଇବା ସହ ନୂଆ ପଦବୀରେ ତାଙ୍କ ସଫଳତା କାମନା କରିଛନ୍ତି । ୧୯୮୮ ବ୍ୟାଚର ଆଇଆରଏସ-ଆଇଟି ଅଧିକାରୀ ସୀମାଚଳ ଦାଶ ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ ।

Odia IRS officer Simanchala Dash on being appointed as advisor to Executive Director of IMF

ରବିବାର ବସିଥିବା କେନ୍ଦ୍ର ସରକାରଙ୍କ କ୍ୟାବିନେଟର ନିଯୁକ୍ତି କମିଟି ଶ୍ରୀ ଦାଶଙ୍କ ନାମ ଉପରେ ମୋହର ମାରିଛି । ଶ୍ରୀ ଦାଶ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ)କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ପଦବୀରେ ୩ ବର୍ଷ ପାଇଁ କାମ କରିବେ । ଏନେଇ କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ସେ ଏବେ ଏନଫୋର୍ସମେଣ୍ଟ ଡାଇରୋକ୍ଟରେଟ ବା ଇଡିର ପ୍ରମୁଖ ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି ।

Leave a Reply