ଡିଜିପିଙ୍କ ସହ ଝଗଡା ଓଡ଼ିଆ ଆଇପିଏସଙ୍କୁ ପଡିଲା ମହଙ୍ଗା,ନିଲମ୍ବିତ ହେଲେ ବସନ୍ତ ରଥ

1 min read

ନୂଆଦିଲ୍ଲୀ: ଓଡ଼ିଆ ଆଇପିଏସ ଅଧିକାରୀ ବସନ୍ତ ପଣ୍ଡାଙ୍କୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ଖରାପ ବ୍ୟବହାର ଓ ଅସଦାଚରଣ ପାଇଁ ବୁଧବାର ଦିନ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଆଇପିଏସ ବସନ୍ତ ପଣ୍ଡା ଜମ୍ମୁରେ ଅବସ୍ଥାପିତ ଥିଲେ । ବୁଧବାର ଦିନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ତାଙ୍କୁ ନିଲମ୍ବିତ କରାଯିବାର କାରଣ ବାବଦରେ କୁହାଯାଇଛି ।

ବିଜ୍ଞପ୍ତିରେ କୁହାଯାଇଛି ଯେ, ସିଭିଲ ଡିଫେନ୍ସ ଆଇଜି ବସନ୍ତ ପଣ୍ଡାଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରାଯିବା ସହ ତାଙ୍କୁ ଜମ୍ମୁରେ ରହିବାକୁ କୁହାଯାଇଛି । ସେ ଡିଜିପିଙ୍କ ଆଗୁଅ ଅନୁମତି ବିନା ଜମ୍ମୁ ଛାଡି କେଉଁଆଡେ ଯାଇ ପାରିବେ ନାହିଁ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି । ଏହି ସମୟ ମଧ୍ୟରେ ତାଙ୍କୁ ନିୟମ ମୁତାବକ ଭତ୍ତା ମିଳିବ ବୋଲି ଏଥିରେ କୁହାଯାଇଛି ।

basant rath

 

ସୂଚନାଯୋଗ୍ୟ ଯେ, ବସନ୍ତ ରଥ ଜୁନ୍ ୨୫ ତାରିଖ ଦିନ ଗାନ୍ଧିନଗର ଥାନାରେ ରାଜ୍ୟ ପୋଲିସ ମୁଖ୍ୟଙ୍କ ବିରୋଧରେ ଏତଲା ଦେଇଥିଲେ । ଏଥିରେ ସେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଉଲ୍ଲେଖ କରିଥିଲେ । ବସନ୍ତ ରଥଙ୍କୁ ଏହି ଅଭିଯୋଗ ପାଇଁ ନିଲମ୍ବିତ କରାଯାଇଥିବା ଅନୁମାନ କରାଯାଉଛି ।

ବସନ୍ତ ରଥ ଜମ୍ମୁ ସହରରେ ସିଂହମ ଭାବେ ପରିଚିତ । ଟ୍ରାଫିକ୍ ନିୟମ ମାନୁନଥିବା ଅମାନିଆଙ୍କ ପ୍ରତି ସେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚର୍ଚ୍ଚାକୁ ଆସିଥିଲେ ।

ଜମ୍ମୁ-କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହଙ୍କ ବିରୋଧରେ ଥାନାରେ ଏତଲା ଦେଲେ ଓଡ଼ିଆ ଆଇପିଏସ

Leave a Reply