ଭୂମିକା ଓ ରାକେଶଙ୍କ ଅଭିନୀତ ‘କାଗଜ ଗୁଡି’ର ଶୁଭ ମହୁରତ୍‌

ଭୁବନେଶ୍ୱର:  ସୁମିତ୍ରା ଏଂଟରଟେନ୍‌ମେଂଟ୍ ନିବେଦିତ ଓଡିଆ ଚଳଚ୍ଚିତ୍ର ‘ମନ ମୋରକାଗଜଗୁଡି’ର ମହୁରତ ହୋଇଯାଇଛି । ଭୁବନେଶ୍ୱର ନିକୋପାର୍କ ନିକଟସ୍ଥ ସୁନାଦେଇ ମନ୍ଦିରରେ ଆୟୋଜିତ ଏହି ମହୁରତ ଉତ୍ସବରେ ମାନ୍ୟବର ଭୁବନେଶ୍ୱରମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଚଳଚ୍ଚିତ୍ର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ସହିତ ଟାଇଟଲ୍ ଉନ୍ମୋଚିତ କରିଛନ୍ତି । ରାକେଶ ଓ ଭୂମିକାଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି  ଦେବଜ୍ୟୋତି ପାତ୍ର (ଦୀପୁ) । ଯଦିଓ ନିର୍ଦ୍ଦେଶକ ଭାବେ ଏହା ତାଙ୍କର ପ୍ରଥମ ସିନେମା ହେବ ତେବେ ଷାଠିଏରୁ ଅଧିକ  ସିନେମାରେ ସେ ଚିଫ୍‌ ଏସୋସିଏଟ୍ ଡିରେକ୍ଟର ଭାବେ କାମ କରିସାରିଛନ୍ତି ।

ନାୟକ ନାୟିକା ଭାବେ ନଜର ଆସିବେ ୟଙ୍ଗ୍ ସେନ୍‌ସେସନ ରାକେଶ ଓ ଭୂମିକା । ଅନ୍ୟାନ୍ୟ ଭୂମିକାରେ ପ୍ରୀତିରାଜ ଶତପଥୀ, ଐଶ୍ୱର୍ଯ୍ୟା ବେହେରା, ମମତା ଦାଶ, ବୀରେନ୍ ମିଶ୍ର, ଗୁଡୁ, ଜ୍ଞାନ ପ୍ରମୁଖଙ୍କୁ ଦେଖିବାକୁ ମିଳିବ । ଯୁବ ଉଦ୍ୟୋଗୀ ଶିବିର ପରିଡା ଓ ଲକ୍ଷ୍ମୀପ୍ରିୟା ପରିଡାଙ୍କ ପ୍ରଯୋଜନାରେ ନିର୍ମିତ ‘ମନ ମୋର କାଗଜ ଗୁଡି’ର ସହ ପ୍ରଯୋଜକ  ବିବେକାନନ୍ଦ ବାରିକ ଓ ପାର୍ବତୀ ବାରିକ । ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ ଓ ସୁବ୍ରତ ସ୍ୱାଇଁ ।  ‘ମନ ମୋର କାଗଜ ଗୁଡି’ ଶୀର୍ଷକରେ ନିର୍ମିତ ଏହି ଚଳଚ୍ଚିତ୍ରର କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ଧରଣର । ଓଡିଆ ଚଳଚ୍ଚିତ୍ରର ଶୀର୍ଷକରେ ଇଂରାଜୀ ଓ ହିନ୍ଦୀ ଶବ୍ଦର ବ୍ୟବହାରକୁ ନେଇ ଦର୍ଶକ ଓ ସମାଲୋଚକମାନେ ପ୍ରଶ୍ନ ଉଠାଇ ଆସିଛନ୍ତି । ସେ ଦୃଷ୍ଟିରୁ ଏହାର ଶୀର୍ଷକ ନିଆରା ।

ଏହା ସାମ୍ପ୍ରତିକ ସମସ୍ୟା ଉପରେ ଏହା ଆଧାରିତ । ବିଭିନ୍ନ ପ୍ରକାର ଚାପର ଶିକାର ହୋଇ ଯୁବ ପିଢି କିଭଳି ଅବାଟରେ ପାଦ ରଖୁଛନ୍ତି ଓ ନିଶା କବଳରେ କବଳିତ ହେଉଛନ୍ତି, ତାର ନଜିର ରହିଛି ଏଥିରେ । ବାଟବଣା ଯୁବ ବର୍ଗଙ୍କୁ ବାଟକୁ ଆଣିବାକୁ ସୁମିତ୍ରା ଏଂଟରଟେନ୍ ମେଂଟ୍‌ର ଏ ପ୍ରୟାସ । ନଭେମ୍ବର ୧୩ ତାରିଖରେ ‘ମନମୋର କାଗଜଗୁଡି’ ଫ୍ଲୋରକୁ ରିଲିଜ ହେବାକୁ ଯାଉଛି ।

Leave a Reply