ସାମାଜିକ ଦୂରତା ରଖି ଟ୍ରାକ୍‌କୁ ଫେରିଲେ ତାରକା ଆଥଲେଟ୍ସ

ଭୁବନେଶ୍ୱର: କରୋନା ଭୟରୁ ବାହାରି କଳିଙ୍ଗକୁ ଫେରିଲେ ଖେଳାଳି । ଆରମ୍ଭ ହେଲା ଅନ୍ତର୍ଜାତୀୟ ଆଥଲେଟ୍‌ଙ୍କ ଅଭ୍ୟାସ ଧାରା । ଦୀର୍ଘ ଦୁଇମାସ ପରେ ବିନା ପ୍ରଶଂସକ  ଓ ସାମାଜିକ ଦୂରତା ଅବଲମ୍ବନ କରି ଟ୍ରାକ୍‌କୁ ଫେରିଛନ୍ତି ତାରକା ଆଥଲେଟ୍ସମାନେ । ଦୀର୍ଘ ଦିନ ପରେ ଜୋର୍‌ଦାର୍‌ ଅଭ୍ୟାସ ଆରମ୍ଭ କରି ପୁଣିଥିରେ ହରାଇଥିବା ଲୟକୁ ଫେରି ପାଇବାକୁ ଆଶାବାଦୀ ଥିବା କହିଛନ୍ତି ଖେଳାଳିମାନେ ।

 

ଦୌଡ଼ରାଣୀ ତଥା ଦେଶର ଦ୍ରୁତତମ ଧାବିକା ଦୂତିଚାନ୍ଦ ଓ ଦେଶର ଦ୍ରୁତତମ ଧାବକ ଅମୀୟ ମଲିକଙ୍କ ଭଳି ତାରକା ଆଥଲେଟ୍ ବଡ଼ ବ୍ୟବଧାନ ପରେ କଳିଙ୍ଗ ଷ୍ଟାଡ଼ିୟମକୁ ଫେରି ନିଜର‌ ଖୁସି ଜାହିର୍‌ କରିଛନ୍ତି ।

କରୋନା ମହାମାରୀ ସମଗ୍ର କ୍ରୀଡ଼ା ଜଗତକୁ ସ୍ଥାଣୁ କରିଦେଇଥିବା ବେଳେ ଏବେ କଟକଣାରେ ସାମାନ୍ୟ କୋହଳ କରାଯାଇଛି । ଯାହାକି ଖେଳାଳିଙ୍କ ପାଇଁ ଆଶା ସଞ୍ଚାର କରିଛି । ଫିଟ୍‌ନେସ୍‌ ଓ ଲୟ ବଜାଇ ରଖିବା ପାଇଁ ନିୟମିତ ଅଭ୍ୟାସ ଜରୁରୀ ହୋଇଥିବା ବେଳେ ଦୀର୍ଘ ଦିନ ଧରି ଏହା ବନ୍ଦ ରହିବା ଅତ୍ୟନ୍ତ ଯ଼ନ୍ତ୍ରଣଦାୟକ ଥିଲା । ହେଲେ ଏବେ ପୁଣିଥିରେ ଖେଳାଳିଙ୍କୁ ଅଭ୍ୟାସ କରିବାକୁ ସୁଯ଼ୋଗ ମିଳିଛି । ଅମୀୟ କହିଛନ୍ତି  ଖେଳାଳିଙ୍କ ମନୋବଳ ଭାଙ୍ଗିନାହିଁ । କରୋନା ଖେଳାଳିଙ୍କୁ ଅଟକାଇ ପାରିନି ।

Leave a Reply