କୋଭିଡ ଗାଇଡଲାଇନରେ ହେବ ଓସିଏଲ୍ ଲିଗ୍

ଭୁବନେଶ୍ୱର: କରୋନା ଭିତରେ ଓସିଏଲ୍ ଲିଗ୍ । ବାରବାଟୀରେ ବୋହିବ କ୍ରିକେଟରଙ୍କ ଝାଳ । କୋଭିଡ୍ ନିୟମ ମାନି ଚାଲିବ ମ୍ୟାଚ । କରୋନା ପାଇଁ ଓସିଏର ଘରୋଇ କ୍ରିକେଟ ସିଜିନ ଏଥର ବେସ ବିଳମ୍ବିତ ହୋଇଛି । ଫଳରେ ବିସିସିଆଇ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି କରିବାକୁ ଏଥର ଓସିଏ ଓଡିଶା କ୍ରିକେଟ ଲିଗ ନାମରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଡିସେମ୍ବର ମଧ୍ୟ ଭାଗରେ ଆୟୋଜନ କରାଯିବ । ଏଥିପାଇଁ ଆସନ୍ତା 12 ତାରିଖ ରୁ କଟକର ବିଭିନ୍ନ ଗ୍ରାଉଣ୍ଡରେ ଖେଳାଳୀ ଚୟନ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ କରାଯିବ ।

ଏଥିରେ ରାଜ୍ୟର ୧୬୮ ଖେଳାଳି ଭାଗ ନେବା ନେଇ ହୋଇଛି ନିଷ୍ପତି । ଓସିଏର ନିଷ୍ପତି ମୁତାବକ, ଖେଳାଳୀ ଚୟନ କୋଭିଡ୍ କଟକଣା ମଧ୍ୟରେ କରାଯିବା ପରେ ଶ୍ରେଷ୍ଠ  ୮୪ ଖେଳାଳୀଙ୍କୁ ନେଇ 6 ଟି ଟିମ ଗଠନ କରାଯିବ । ଏହି ଟିମଗୁଡିକ ମଧ୍ୟରେ ବାରବାଟୀରେ ଫ୍ଲଡ ଲାଇଟରେ ମ୍ୟାଚ ଖେଳାଯିବ । ଏଥର 8 ମାସ ହେବ କରୋନା ପାଇଁ ଖେଳ ବନ୍ଦ ଥିବାରୁ ଏବେ ଓସିଏ ଲିଗ ପାଇଁ ବେଶ ଉତ୍ସାହିତ ଯୁବ କ୍ରିକେଟର ।

Leave a Reply