ଓବାମା କହିଲେ ଝିଅର ବୟଫ୍ରେଣ୍ଡ୍‌ ଏତେ ଖାଇଲା ଯେ, ୩୦% ବିଲ୍‌ ଅଧିକ ଆସିଲା..

Obama

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି, କରୋନା ମହାମାରୀ ସମୟରେ ତାଙ୍କ ଘରେ, ତାଙ୍କ ଝିଅର ବୟଫ୍ରେଣ୍ଡ କ୍ୱାରାଣ୍ଟାଇନ୍‌ରେ ରହୁଥିଲା । ତେବେ ଏହି କଥା ଯେତିକି ଚର୍ଚ୍ଚାକୁ ଆସିନି, ତାଠାରୁ ଅଧିକ ଚର୍ଚ୍ଚାକୁ ଆସିଛି ଯେ, ଝିଅର ବୟଫ୍ରେଣ୍ଡ ରହୁଥିବାରୁ ତାଙ୍କ ଗ୍ରସରି ବିଲ୍‌ ୩୦ ପ୍ରତିାତ ବଢ଼ିଯାଇଥିଲା । ଆଉ ପୂର୍ବତନ ରାଷ୍ଟ୍ରପତି ଓବାମା ନିଜେ ଏହା କହିଛନ୍ତି । ସେ କହିଛନ୍ତି, ଜଣେ ଯୁବକ ତାଙ୍କ ଘରେ ରହୁଥିବାରୁ ସେ ଅଧିକ ଖାଦ୍ୟ ଖାଉଇଥିଲେ । ତେଣୁ ବିଲ୍‌ ଅଧିକ ଆସିଛି ।

ବିଲ୍ ସାଇମନ୍ସ ପୋଡ୍‌କାଷ୍ଟ ଶୋ’ରେ ଓବାମା କହିଛନ୍ତି ଯେ, କରୋନା ମହାମାରୀ ଆରମ୍ଭରୁ ଝିଅ ମାଲିଆର ବୟଫ୍ରେଣ୍ଡ ଆମ ପରିବାର ସହିତ କ୍ୱାରେଣ୍ଟାଇନ୍‌ରେ ଥିଲେ । ମାଲିଆ (୨୨) ହେଉଛନ୍ତି, ଓବାମାଙ୍କ ବଡ଼ ଝିଅ । ତାଙ୍କ ବୟଫ୍ରେଣ୍ଡର ନାମ ରୋରି ଫରକୁହର୍ସନ ।

ମାଲିଆଙ୍କ ବୟଫ୍ରେଣ୍ଡ ରୋରିଙ୍କ ବିଷୟରେ ଓବାମା କହିଛନ୍ତି ଯେ, ‘ତାଙ୍କର ଭିସାକୁ ନେଇ ସମସ୍ୟା ଥିଲା, ଅନ୍ୟପଟେ ଏକ ଚାକିରି ମଧ୍ୟ ଥିଲା, ତେଣୁ ତାଙ୍କୁ ଆମ ଘରେ ରହିବାକୁ ପଡ଼ିଥିଲା । ମୁଁ ତାଙ୍କୁ ପସନ୍ଦ କରିବାକୁ ଚାହୁଁନଥିଲି ହେଲେ ସେ ବହୁତ ଭଲ ପିଲା । କ୍ୱାରେଣ୍ଟାଇନ୍ ସମୟରେ ଦୁଇ ଝିଅ ଓ ରୋରିଙ୍କ ସହ ଘରେ ଭଲ ସମୟ ବିତାଇଛନ୍ତି ଓବାମା । ଏମିତିକି ସେମାନଙ୍କୁ କାର୍ଡ ଖେଳ ମଧ୍ୟ ଶିଖାଇଥିବା ସେ କହିଛନ୍ତି ।

ଓବାମା ଆହୁରି କହିଛନ୍ତି, ରୋରିଙ୍କ ଡାଏଟ୍ ତାଙ୍କ ଝିଅମାନଙ୍କଠାରୁ ବହୁତ ଭିନ୍ନ ଥିଲା । ତାଙ୍କୁ ଖାଉଥିବା ଦେଖି ଅଜବ ଲାଗୁଥିଲା । ଏହାଦ୍ୱାରା ଗ୍ରୋସରୀ ବିଲ୍ ୩୦ ପ୍ରତିଶତ ବୃଦ୍ଧି ପାଇଥିଲା । ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ମାଲିଆ ଓବାମା ଏବଂ ରୋରୀ 2017ରେ ହାବାର୍ଡରେ ପଢ଼ୁଥିବା ସମୟରେ ଭେଟ ହୋଇଥିଲେ ।

Leave a Reply