ଓଏଏସ୍‌ ହ୍ୱାଟସଆପରେ ଯୁବତୀଙ୍କୁ ଦେଉଥିଲେ ଏମିତି ମେସେଜ୍‌…

ଭୁବନେଶ୍ୱର: ବିବାଦରେ ଓଏଏସ୍ ଅଧିକାରୀ । ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କଲେ ଓଏଏସ୍‌ । ଯଦି ଶାରିରୀକ ସମ୍ପର୍କ ନ ରଖନ୍ତି ତାହାଲେ ଚାକିରି ଚାଲିଯିବାର ଧମକ ମଧ୍ୟ ଦେଇଛନ୍ତି ଏହି ଓଏସ ଜଣଙ୍କ । ଆୟୁଷ୍ ନିର୍ଦ୍ଦେଶାଳୟର ଜଣେ ଅଧିକାରୀଙ୍କ ନାଁରେ ଆସିଛି  ଏଭଳି ସଙ୍ଗୀନ ଅଭିଯୋଗ । କାର୍ଯ୍ୟକ୍ଷେତ୍ରରେ ଜଣେ ଯୁବତୀଙ୍କୁ ହ୍ୱାଟ୍ସଆପରେ ଅଶ୍ଳୀଳ ଭିଡିଓ ଓ ମେସେଜ୍ ପଠାଉଛନ୍ତି ଅଧିକାରୀ । ଏଥିସହ ଶାରିରୀକ ସମ୍ପର୍କ ପାଇଁ ନିବେଦନ କରିଥିବା ନେଇ ମହିଳା ଥାନାରେ ଅଭିଯୋଗ କିରଛନ୍ତି ଯୁବତୀ । ସମ୍ପୃକ୍ତ ଓଏଏସ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଯୁବତୀ ।

କେବଳ ସେତିକି ନୁହେଁ ସବୁବେଳେ ହ୍ୱାଟ୍ସଆପ ମାଧ୍ୟମରେ ମଧ୍ୟ ଯୁବତୀଙ୍କୁ ହଇରାଣ କରୁଥିବାର ଅଭିଯୋଗ ଆଣିଛନ୍ତି ଯୁବତୀ ଜଣଙ୍କ । ସୂଚନା ଅନୁସାରେ ଉକ୍ତ ୨୫ବର୍ଷିୟା ଯୁବତୀ ଜଣଙ୍କ ଆୟୁଷ ନିର୍ଦ୍ଦେଶାଳୟରେ ଆକାଉଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି । ଏହି ସମୟରେ ଆୟୁଷ୍ ନିର୍ଦ୍ଦେଶାଳୟର ଓଏଏସ୍‌ ଅଧିକାରୀ ଜଣଙ୍କ ଯୁବତୀଙ୍କୁ ବାରମ୍ବାର ହଇରାଣ କରୁଥିଲେ । କେବଳ ସେତି ନୁହେଁ ତାଙ୍କୁ ହ୍ୱାଟସଆପ ମାଧ୍ୟମରେ ଅଶ୍ଳୀଳ ଭିଡ଼ିଓ ପଠାଇବା ସହ ତାଙ୍କୁ ଶାରିରୀକ ସମ୍ପର୍କ ରଖିବାକ ବାଧ୍ୟ କରିଥିଲେ । ତେବେ ଏନେଇ ଯୁବତୀ ଜଣଙ୍କ ପ୍ରମାଣ ସ୍ୱରୂପ ହ୍ୱାଟସଆପ ମ୍ୟାସେଜ ପୋଲିସକୁ ହସ୍ତାନ୍ତର କରିଛନ୍ତି ।

ତେବେ ଏନେଇ ଯୁବତୀ ଜଣଙ୍କ କହିଛନ୍ତି ଯେ, ଯେତେବେଳେ ସେ ହ୍ୱାଟସଆପର ଏଭଳି ଅଶ୍ଳିଳ ମେସେଜ ଦେଖି ତାଙ୍କୁ ବ୍ଲକ୍ କରିଥିଲେ ତାପରେ ଅଧିକାରୀ ଜଣଙ୍କ ତାଙ୍କୁ ଫୋନ କରି ଦୁର୍ବ୍ୟବହାର କରିବାକୁ ଲାଗିଥିଲେ । ଯାହାର ଅଡ଼ିଓ ମଧ୍ୟ ପୋଲିସ ହାତରେ ଲାଗିଛି । ଯାହାକୁ ନେଇ ଏବେ ପୋଲିସ ତଦନ୍ତ ଜାରି କରିଛି ।

(ଭୁବନେଶ୍ୱରରୁ ଅରୁଣ ସାହୁଙ୍କ ରିପୋର୍ଟ)

Leave a Reply