ଆସାମ ପରେ ଏବେ ସାରା ଦେଶରେ ଲାଗୁ ହେବ NRC, ଦିଦିଙ୍କ ଦମ୍ଭୋକ୍ତି ପଶ୍ଚିମବଙ୍ଗରେ ଲାଗୁ କରାଇଦେବୁନି

1 min read

ନୂଆଦିଲ୍ଲୀ : ଆସାମ୍ ପରେ ଏବେ ସାରା ଦେଶରେ ଲାଗୁ ହେବ ଜାତୀୟ ନାଗରିକ ପଞ୍ଜିକରଣ । ଆଜି ରାଜ୍ୟସଭାରେ ଏ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ତେବେ ଏହାକୁ ନେଇ କୌଣସି ଧର୍ମର ଲୋକେ ବିଚଳିତ ହେବାର ନାହିଁ ବୋଲି ଶାହ କହିଛନ୍ତି । ରାଜ୍ୟସଭାରେ ନିଜ ଅଭିଭାଷଣରେ ଶାହ କହିଛନ୍ତି ଯେ, NRC ଏକ ପ୍ରକ୍ରିୟା ଯାହା ଆରମ୍ଭ ହୋଇଛି । ପ୍ରଥମେ ପରୀକ୍ଷାମୂଳକ ଭାବେ ଏହାକୁ ଆସାମରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶପରେ ଲାଗୁ କରିଥିଲେ । ସେଠାରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିବା ସରକାର କହିଛନ୍ତି ।

ଆଗାମୀ ଦିନରେ ଯେତେବେଳେ ସାରା ଦେଶରେ ଏହାକୁ ଲାଗୁ କରାଯିବ ସେତେବେଳେ ଆସାମରେ ପୁଣିଥରେ NRC ହେବ । ଏହାକୁ ନେଇ କେହି ଚିନ୍ତା କରିବା ଦରକାର ନାହିଁ ବୋଲି କହିଛନ୍ତି ଗୃହମନ୍ତ୍ରୀ ।

ତେବେ ଆସାମରେ ରାଷ୍ଟ୍ରୀୟ ପଞ୍ଜିକରଣ ତାଲିକାରୁ ୧୯ ଲକ୍ଷ ଲୋକ ବାଦ୍ ପଡ଼ିଛନ୍ତି । ଏମାନେ ଉପଯୁକ୍ତ ପ୍ରମାଣପତ୍ର ଉପସ୍ଥାପନ କରିବାରେ ବିଫଳ ହେବାରୁ ତାଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ସମସ୍ତେ ପୁଣିଥରେ ଟ୍ରିବୁନାଲଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ରାଜ୍ୟସଭାରେ ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ତାତି ଉଠିଛନ୍ତି ମମତା ବାନାର୍ଜୀ । କହିଛନ୍ତି ପଶ୍ଚିମବଙ୍ଗରେ ଏହାକୁ ଲାଗୁ କରିବାକୁ ଦିଆଯିବ ନାହିଁ । ପୂର୍ବରୁ ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ଏନଆରସି ଲାଗୁ ନେଇ କୋଲକାତାରେ ଏକ ମନ୍ତବ୍ୟ ଦେଇଥିଲେ ଅମିତ ଶାହ ।

Leave a Reply