ସ୍ୱାସ୍ଥ୍ୟ ବୀମା ପଲିସିରେ ସାମିଲ ହେବ ଡେଙ୍ଗୁ, ଚିକନଗୁନିୟା ଆଦି ରୋଗ

ନୂଆଦିଲ୍ଲୀ: ନିକଟରେ ବିଶ୍ୱବ୍ୟାପି କରୋନା ମହାମାରୀ ଏକ ବିରାଟ ସଙ୍କଟ ସୃଷ୍ଟି କରିଥିବା ବେଳେ ଏଥିରୁ ରକ୍ଷା ପାଇବାକୁ ନେଇ ସରକାର ବିଭିନ୍ନ ଉପଲବ୍ଧି ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏଭଳି ପରିସ୍ଥିତିରେ ସ୍ୱାସ୍ଥ୍ୟବୀମାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ସରକାର ।

ସ୍ୱାସ୍ଥ୍ୟ ଏବଂ ସାଧାରଣ ବୀମା କମ୍ପାନୀ ଗୁଡ଼ିକୁ ଖୁବଶୀଘ୍ର ମାଛି ଏବଂ କିଟାଣୁ ଦ୍ୱାରା ବ୍ୟାପୁଥିବା ରୋଗ ଡେଙ୍ଗୁ, ମ୍ୟାଲେରିୟା ଏବଂ ଚିକନଗୁନିୟା ଭଳି ରୋଗର ଚିକିତ୍ସା ପାଇଁ ବୀମା କଭର ଉପଲବ୍ଧ ପାଇଁ ଅନୁମତି ମିଳିବ । ଆଇଆରଡିଏ ଗତ ଶୁକ୍ରବାରକୁ ଏଭଳି ରୋଗକୁ ନେଇ ଗାଇଡଲାଇନ ଜାରି କରିଛନ୍ତି । ଏଥିରେ ସାଧାରଣ ଏବଂ ସ୍ୱାସ୍ଥ୍ୟ ବୀମା କମ୍ପାନୀ ଗୁଡ଼ିକୁ ଏକ ବର୍ଷ ପାଇଁ ଏଭଳି ପଲିସି ପାଇଁ ପ୍ରୋତ୍ସାହିତ କରାଯିବ ।

ବୀମା ପଲିସିରେ ଡେଙ୍ଗୁ ଜ୍ୱର, ମ୍ୟାଲେରିୟା,ଫାଇଲେରିୟା,କଳାଜ୍ୱର,ଚିକନଗୁନିୟା,ଜାପାନୀ ଜ୍ୱର ଆଦିକୁ ସାମିଲ କରାଯିବ । ତେବେ ଉକ୍ତ ଘୋଷଣାରେ ୨୭ ନଭେମ୍ବର ମଧ୍ୟରେ କମ୍ପାନୀ ଗୁଡ଼ିକୁ ନିଜ ରାୟ ଦେବାପାଇଁ ସମୟ ଦେଇଛନ୍ତି । ପଲିସି ପାଇଁ ସିଙ୍ଗଲ ପ୍ରିମିୟମ ନିଆଯାଇପାରିବ । ତେବେ ଏହି ପଲିସିର ସମୟସୀମା ୧୮ରୁ ୬୫ ବର୍ଷ ରହିବ । ହସ୍ପିଟାଲରେ ଭର୍ତ୍ତି ହେବାଠାରୁ ଆରମ୍ଭ କରି ପରବର୍ତ୍ତୀ ମୁହୂର୍ତ୍ତର ଉପଚାର ସାମିଲ ହେବ ।

Leave a Reply