ଏଣିକି ଆୟୁର୍ବେଦିକ ଡାକ୍ତର କରିପାରିବେ ସର୍ଜରୀ

Ayurvedic

ନୂଆଦିଲ୍ଲୀ: ଏଣିକି ଆୟୁର୍ବେଦିକ ଡାକ୍ତର କରିପାରିବେ ସର୍ଜରୀ ବା ଅପରେସନ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଆୟୁର୍ବେଦିକ ଡାକ୍ତରଙ୍କୁ ଟ୍ରେନିଂ ଦିଆଯିବା ପରେ ସେମାନେ ଅପରେସନ କରି ପାରିବେ ବୋଲି କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଇଏନଟି, ଓର୍ଥୋ, ଡେଣ୍ଟାଲ କ୍ଷେତ୍ରରେ ସର୍ଜରୀ କରିବାକୁ ଅନୁମତି ଦିଆଯାଇଛି ।

Ayurvedic

ସେପଟେ ସେଣ୍ଟ୍ରାଲ କାଉନସିଲ ଅଫ ଇଣ୍ଡିଆନ ମେଡିସିନର କହିବା କଥା ଦେଶରେ ଥିବା ଆୟୁର୍ବେଦିକ ମେଡିକାଲରେ ସର୍ଜରୀ କରାଯାଉଛି । ସରକାରଙ୍କ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହା ଆଇନ ସମ୍ମତ ହେଲା । ପିଜି ଟ୍ରେନିଂ ଆୟୁର୍ବେଦିକ ଡାକ୍ତର ମାନେ ଏହି ଅପରେସନ କରି ପାରିବେ ବୋଲି ସରକାର କହିଛନ୍ତି । ଆୟୁର୍ବେଦିକ ପଢୁଥିବା ଛାତ୍ରଛାତ୍ରୀ ମାନେ ଶଲ୍ୟତନ୍ତ୍ର ଓ ଶାଲକ୍ୟ ତନ୍ତ୍ରରେ ସର୍ଜରୀ ନେଇ ସବିଶେଷ ଅଧ୍ୟୟନ କରିଥାନ୍ତି ବୋଲି ଇଣ୍ଡିଆନ ମେଡିକାଲ ସାଇନ୍ସ ପକ୍ଷରୁ କୁହାଯାଇଛି ।

Leave a Reply