ରାଜକୋଟ: ସମ୍ପର୍କର ସଂଜ୍ଞା ସାତ ସମୁଦ୍ରର ସୀମା ଠାରୁ ମଧ୍ୟ ବ୍ୟାପ୍ତ । ବିସ୍ତୀର୍ଣ୍ଣ ବେଳାଭୂମିର ବାଲି କଣିକା ଠାରୁ ବି ବିକ୍ଷିପ୍ତ । ଖୋଜିଲେ ମିଳେନା କିମ୍ବା ଧାଇଁଲେ ଧରି ହୁଏନା । କେଉଁଠି, କେତେବେଳେ ଏବଂ କାହାସହ ଏଇ ସମ୍ପର୍କ ଗଢିଉଠେ ତାହା କହିବା ମୁସ୍କିଲ । ସତ କହିବାକୁ ଗଲେ ସ୍ବଂୟ ନାରାୟଣ ମଧ୍ୟ ଏହି ସମ୍ପର୍କର ସୂତା ଖିଅରେ ବେଳେ ବେଳେ ଗୁଡାଇ ହୋଇଯାଆନ୍ତି । ଏମିତି ଏକ ସମ୍ପର୍କ ଏବେ ସାରା ଦେଶରେ ସାଜିଛି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ଏଠି ହାଇଟ ଦେଖି ନୁହେଁ ବଂର ହାଟ ସହ ମିଶିଛି ହାଟ । ଆଉ ତା ପରେ ଯାହା ହୋଇଛି, ତାହା ସମ୍ପର୍କ ପ୍ରବନ୍ଧରେ ସୃଷ୍ଟି କରିଛି ପରିକଳ୍ପନାର ନୂତନ ପରିଭାଷା ।

ହଁ, ଏମିତି ଏକ ସମ୍ପର୍କ ଏବେ ସାତ ଜନ୍ମ ପାଇଁ ସାଥି ସାଜିଛନ୍ତି । ଝିଅର ଉଚ୍ଚତା ସାଢେ ପାଞ୍ଚ ଫୁଟ ଥିବାବେଳେ ପୁଅର ଉଚ୍ଚତା ଅଢେଇ ଫୁଟ । ଜଣେ ଦୁନିଆ ଦେଖିପାରୁନଥିବା ବେଳେ ଆଉ ଜଣେ ଦୁନିଆ ଦେଖାଇବାକୁ ଅଗ୍ନିକୁ ରଖିଛି ସାକ୍ଷୀ । ଗୁଜୁରାଟର ରାଜକୋଟରେ ଘଟିଛି ଏମିତି ଏକ ଘଟଣା । ୨୯ ବର୍ଷୀୟ ଦୃଷ୍ଟି ବାଧିତା ଶାନ୍ତା ମାକ୍ବାନା ୩୮ ବର୍ଷୀୟ ରମେଶ ଡଙ୍ଗରଙ୍କୁ କରିଛନ୍ତି ବିବାହ । ଏବଂ ଉଭୟେ ଏହି ବୈବାହିକ ସମ୍ପର୍କରେ ଅତ୍ୟନ୍ତ ଆନନ୍ଦିତ ରହିଥିବା ମଧ୍ୟ କହିଛନ୍ତି ।

ଏହି ବିବାହକୁ ନେଇ ଶାନ୍ତା ମାକ୍ବାନା କହିଛନ୍ତି, ମୋ ସ୍ବାମୀ ମୋ ଠାରୁ ଉଚ୍ଚତାରେ ଢେର ଛୋଟ । କିନ୍ତୁ ତାଙ୍କ ହୃଦୟ ଛୋଟ ନୁହେଁ । ସେ ଜଣେ ଅତ୍ୟନ୍ତ ଭଲ ମଣିଷ । ଜୀବନ ସାଥି ରୁପେ ମୁଁ ତାଙ୍କୁ ପାଇ ଖୁବ ଗର୍ବିତ ବୋଲି କହିଛନ୍ତି ମାକ୍ବାନା । ସେହିପରି ରମେଶ ଡଙ୍ଗର କହିଛନ୍ତି, ଏହା ପ୍ରେମ ବିବାହ ନୁହେଁ । ଏହା ଥିଲା ଆରେଞ୍ଜ ମ୍ୟାରେଜ । ସବୁ ସ୍ବତେ ମଧ୍ୟ ମୁଁ ମାକ୍ବାନାଙ୍କୁ ସାଥି ରୂପେ ପାଇଛି । ଖୁସି ମଧ୍ୟ ରହିଛି । ଉଚ୍ଚତା, ସୌନ୍ଦର୍ଯ୍ୟ ଦେଖି ନୁହେଁ ବଂର ଜଣେ ସୁଶୋଭିତ ହୃଦୟବାନ ବ୍ୟକ୍ତିଙ୍କୁ ଜୀବନ ସାଥି ରୂପେ ପାଇଥିବା କହିଛନ୍ତି ଡଙ୍ଗର ।

ଉଭୟେ ପତୀ-ପତ୍ନୀ ଉଚ୍ଚ ଶିକ୍ଷିତ ହୋଇଥିବାବେଳେ, ଡଙ୍ଗର ଶିକ୍ଷକ ଭାବେ ସ୍ଥାନୀୟ ବିଦ୍ୟାଳୟରେ ଜାରି ରଖିଛନ୍ତି ଶିକ୍ଷାଦାନ । ସେପଟେ ମାକ୍ବାନା କହିଛନ୍ତି, ମୁଁ ଦୃଷ୍ଟି ବାଧିତା ସତ କିନ୍ତୁ ମୋ ସ୍ବାମୀଙ୍କ ଆଖିରେ ଦୁନିଆ ଦେଖିବାର ପ୍ରୟାସ କରିବି । ମାକ୍ବାନା- ଡଙ୍ଗରଙ୍କ ଏହି ବିବାହକୁ ନୂତନ ଦିଶା ଦେଖାଇଛି ସ୍ଥାନାୟୀ ସ୍ବେଛାସେବୀ ସଂଗଠନ ସତ୍ୟମ ସେବା ମଣ୍ଡଳ । କୋଭିଡ-୧୯ ଦୃଷ୍ଟିରୁ ସରକରଙ୍କ ସମସ୍ତ ଗାଇଡଲାଇନକୁ ପାଳନ କରାଯିବା ସହ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେଇ ସମାପନ ହୋଇଛି ଏହି ବିବାହ ।

Leave a Reply