କୁଆଡେ ଗଲେ କିମ୍ ଜୋଙ୍ଗଙ୍କ ସ୍ତ୍ରୀ ?

ନୂଆଦିଲ୍ଲୀ:  ଉତ୍ତର କୋରିଆରେ କେହି ନିଖୋଜ ହେବା ସାଧାରଣଠାରୁ ଆହୁରି ସାଧାରଣ କଥା । ବୈଠକରେ ଢୁଳେଇ ପଡିଲେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମିଳେ ମୃତ୍ୟୁଦଣ୍ଡ । ସେଇ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନଙ୍କ ପତ୍ନୀ ବର୍ଷେ ହେଲା ଗାଏବ । କୁଆଡେ ଗଲେ ରି ସୋଲଜୁ ? ଜାନୁଆରି ୨୦୨୦ ପରଠାରୁ ମିଳୁନି ସୋଲଜୁଙ୍କ ପତ । ଏମିତିରେ ପ୍ରଶ୍ନ ଉଠିବା ସ୍ୱଭାବିକ୍ କୁଆଡେ ଗଲେ କିମ୍ ଙ୍କ ପତ୍ନୀ ।

ସୋଲଜୁ ନିଖୋଜ ହେବାକୁ ନେଇ ଇଣ୍ଟରନେଟରେ ଅନେକ କଳ୍ପନାଜଳ୍ପନା ଓ ଥିଓରୀ ଆରମ୍ଭ ହୋଇଛି । କେହି କେହି ସନ୍ଦେହ କରୁଛନ୍ତିଯେ, ରି ସୋଲ ଜୁଙ୍କ ନିଖୋଜ ହେବା ପଛରେ ହୁଏତ କିମ୍ ଜୋଙ୍ଗଙ୍କ ହାତ ଥାଇପାରେ ବା ସେ ଜାଣିଶୁଣି ଏଭଳି କରିଥାଇ ପାରନ୍ତି । କାରଣ ପାଗଳ କିମ୍ କିଛି ବି କରିପାରେ । ନିଜ ପୂର୍ବତନ ଗର୍ଲଫ୍ରେଣ୍ଡଠାରୁ ପିଛା ଛଡାଇବା ପାଇଁ କିମ୍ ଗର୍ଲଫ୍ରେଣ୍ଡଙ୍କୁ ବେଶ୍ୟାର ଆଖ୍ୟା ଦେଇ ମୃତ୍ୟୁଦଣ୍ଡ ଦେଇଥିଲା । କେବଳ ଗର୍ଲଫ୍ରେଣ୍ଡ୍ ନୁହେଁ ଗର୍ଲଫ୍ରେଣ୍ଡ୍ କାମ କରୁଥିବା ମ୍ୟୁଜିକ୍ ବ୍ୟାଣ୍ଡର ସବୁ ସଦସ୍ୟଙ୍କୁ ମିଳିଥିଲା ମୃତ୍ୟୁ ।ଏମିତିରେ କିମ୍ ନିଜେ ଯଦି ନିଜ ପତ୍ନୀଙ୍କୁ ହତ୍ୟା କରିଥାଏ କିମ୍ବା ଗାଏବ କରିଥାଏ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ଅନ୍ୟପକ୍ଷରେ କିଛି କହୁଛନ୍ତି ଯେ, କରୋନା ଡରରେ ଲୁଚିଛନ୍ତି ସୋଲଜୁ । କେବଳ ମିଡିଆରେ ଏହା ଚର୍ଚ୍ଚା ହେଉନାହିଁ ବରଂ ନର୍ଥ କୋରିଆନ ରିସର୍ଚ ଡିଭିଜନର ନିର୍ଦ୍ଦେଶକ ହଙ୍ଗ୍ ମିନ୍ ମଧ୍ୟ ଏହି କଥାକୁ ସମର୍ଥନ କରିଛନ୍ତି । ସର୍ବସାଧାରଣରେ ଯୋଗ ଦେଲେ ସଂକ୍ରମଣ ବଢିବା ଭୟରେ ସେ ଏଭଳି ପଦକ୍ଷେପ ନେଇଥାଇପାରନ୍ତି ବୋଲି ସେ କହିଛନ୍ତି । ତେବେ କେବଳ କିମ୍ ଜୋଙ୍ଗଙ୍କ ପତ୍ନି ପୃଥକ୍ ନାହାଁନ୍ତି ବରଂ ନିଜେ କିମ୍ ଜୋଙ୍ଗ୍ ଉନ ମଧ୍ୟ ବିଶ୍ୱବ୍ୟାପି କରୋନା ଭୂତାଣୁ ସମୟରେ ଗତବର୍ଷ ସର୍ବସାଧାରଣରେ କମ୍ ନଜର ଆସିଛନ୍ତି ।

ସବୁଠାରୁ ଖାସ୍ କଥା ହେଉଛି କିମଙ୍କ ପତ୍ନି ହୁଏତ ଖୁବ୍ ଅସୁସ୍ଥ ଥାଇପାରନ୍ତି, ତେଣୁ ସେ ସର୍ବସାଧାରଣରୁ ଦୂରେଇ ରହିଥାଇପାରନ୍ତି ବୋଲି ଖୁବ୍ ଚର୍ଚ୍ଚା ହେଉଛି ।

Leave a Reply