ହେପାଟାଇଟିସ ସି’ ଭାଇରସ ଆବିଷ୍କାର ପାଇଁ ୩ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର

1 min read

ଷ୍ଟକହୋମ: ମେଡିସିନ୍ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର। ୩ଜଣ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର । ହାର୍ଭେ ଜେ ଅଲଟର, ମାଇକେଲ ହପଟନ୍ ଓ ଚାର୍ଲସ ଏମ ରାଇସଙ୍କୁ ପୁରସ୍କାର ମିଳିବ । ହେପାଟାଇଟିସ୍ ‘ସି’ ଭୂତାଣୁ ଆବିଷ୍କାର ପାଇଁ ମିଳିଲା ପୁରସ୍କାର । ନୋବେଲ କମିଟି ମୁଖ୍ୟ ଥୋମାସ ପର୍ଲମାନ କଲେ ଘୋଷଣା । ମାଇକେଲ ହପଟନ୍ ହେଉଛନ୍ତି ବ୍ରିଟିସ ନାଗରିକ, ଜେ ଅଲଟର ଓ ଚାର୍ଲସ ଏମ ରାଇସ ହେଉଛନ୍ତି ଆମେରିକୀୟ ନାଗରିକ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି ଯେ ବିଶ୍ୱବ୍ୟାପି ହେପାଟାଇଟିସ୍ ରୋଗରେ ୭୦ ମିଲିୟନରୁ ଅଧିକ ଏବଂ ପ୍ରତିବର୍ଷ ୪୦୦,୦୦୦ ଲୋକ ମୃତ୍ୟୁବରଣ କରୁଛନ୍ତି। ଏହି ରୋଗ କ୍ରନିକ ଏବଂ ଯକୃତ ପ୍ରଦାହ ଏବଂ କର୍କଟ ରୋଗର ଏକ ପ୍ରମୁଖ କାରଣ ।

ଏହି ସମ୍ମାନଜନକ ପୁରସ୍କାରରେ ଏକ ସ୍ୱର୍ଣ୍ଣ ପଦକ ସହ ୧୦ ମିଲିୟନ୍ ସ୍ୱିଡେନ କ୍ରୋନୋର (୧,୧୧୮,୦୦୦ ଡଲାରରୁ ଅଧିକ) ପୁରସ୍କାର ସାମିଲ ରହିଛି ।

କରୋନାଭାଇରସ୍ ମହାମାରୀ ହେତୁ ଚଳିତ ବର୍ଷ ମେଡିସିନ ପୁରସ୍କାର ବିଶେଷ ମହତ୍ୱ ବହନ କରିଥିଲା, ଯାହା ବିଶ୍ୱରେ ସମାଜ ତଥା ଅର୍ଥନୀତି ପାଇଁ ଡାକ୍ତରୀ ଅନୁସନ୍ଧାନର ମହତ୍ତ୍ୱ ବର୍ଣ୍ଣନା କରିଛି ।

ଅକ୍ଟୋବର ୧୨ ପର୍ଯ୍ୟନ୍ତ ଘୋଷଣା ହେବାକୁ ଥିବା ୬ଟି ପୁରସ୍କାର ମଧ୍ୟରୁ ଏହି ପୁରସ୍କାରଟି ହେଉଛି ପ୍ରଥମ । ଏହାପରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ, ଶାନ୍ତି ଏବଂ ଅର୍ଥନୀତି କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କାର ବିଜେତାଙ୍କ ନାଆ ଘୋଷଣା କରାଯିବ ।

Leave a Reply