ରାଫେଲ୍ ଡିଲ୍ ପ୍ରସଙ୍ଗରେ କେନ୍ଦ୍ରକୁ କ୍ଲିନଚିଟ୍

1 min read

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ରାଫେଲ୍ ଡିଲ୍ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କ୍ଲିନ୍ ଚିଟ୍ । ରାଫେଲକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଉପରେ ହୋଇଥିବା ସମସ୍ତ ରିଭ୍ୟୁ ପିଟିସନକୁ କୋର୍ଟ ଖାରଜ କରିଛନ୍ତି । ଏ ମାମଲାରେ ସିବିଆଇ ତଦନ୍ତ ଦାବିକୁ ମଧ୍ୟ ଅଗ୍ରାହ୍ୟ କରିଛନ୍ତି କୋର୍ଟ ।

ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାକୁ ଖାରଜ୍ କରିଛନ୍ତି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କ୍ଷମା ମାଗିସାରିଛନ୍ତି ବୋଲି କୋର୍ଟ କହିଛନ୍ତି । ଏ ସଂପର୍କିତ ସମସ୍ତ ମାମଲାକୁ ଖାରଜ୍ କରିଛନ୍ତି ସୁପ୍ରିିମକୋର୍ଟ ।

ସୁପ୍ରିମକୋର୍ଟଙ୍କ ଏ ନିଷ୍ପତ୍ତି ପରେ ବିଜେପି ପ୍ରେସମିଟରେ କଂଗ୍ରେସକୁ ଟାର୍ଗେଟ୍ କରିଛି । ପାର୍ଲାମେଣ୍ଟରେ ରାହୁଲ ଗାନ୍ଧି ମିଛି କହିଥିବାରୁ ଦେଶବାସୀଙ୍କୁ କ୍ଷମାମାଗନ୍ତୁ ବୋଲି ଦାବି କରିଛନ୍ତି ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅକ୍ଷ୍ୟକ୍ଷ ଜେପି ନଡ୍ଡା । ସେପଟେ ରାହୁଲ ଗାନ୍ଧିଙ୍କ ବିରୋଧରେ ହୋଇଥିବା ମାନହାନୀ ମୋକଦ୍ଦମା ମଧ୍ୟ ଖାରଜ୍ ହୋଇଛି ।

୨୦୧୯ ସାଧାରଣ ନିର୍ବାଚନରେ ରାଫେଲକୁ ବଡ଼ ମୁଦ୍ଦା କରିଥିଲା କଂଗ୍ରେସ । ତେବେ କେନ୍ଦ୍ର ସରକାର ଫ୍ରାନ୍ସର ଫାର୍ମ, ଡାସଲ୍ଟ ଆଭିଏସନ୍ ସହ ରାଫେଲ୍ ବିମାନ କିଣିବାକୁ ଚୁକ୍ତି କରିଥିଲେ । ତେବେ ଏଥିରେ ଦୁର୍ନୀତି ହୋଇଥିବା ଓ କିକ୍ ବ୍ୟାକ୍ ନିଆଯାଇଥିବାର ଅଭିଯୋଗ ଆଣିଥିଲା କଂଗ୍ରେସ । ')}

Leave a Reply