କରୋନା ନେଇ ଭଲ ଖବର: ଗତ ୧୪ ଦିନ ମଧ୍ୟରେ ଦେଶର ୨୫ ଜିଲ୍ଲାରୁ ଆସିନ ନୂଆ ମାମଲା

ନୂଆଦିଲ୍ଲୀ: କରୋନାକୁ ନେଇ ସାରା ବିଶ୍ୱ ତଥା ଦେଶରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଦିନ ଗଡ଼ିବା ସହ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ସମୟରେ କରୋନାକୁ ନେଇ ଆସିଛି ଭଲ ଖବର । ଦେଶର ୧୫ ରାଜ୍ୟର ୨୫ ଜିଲ୍ଲାରେ ଗତ ୧୪ ଦିନ ମଧ୍ୟରେ କୌଣସି ବି ନୂଆ କରୋନା ଆକ୍ରାନ୍ତଙ୍କ ରିପୋର୍ଟ ସାମ୍ନାକୁ ଆସିନି ।

ଆଶା କରାଯାଉଛି କି, ଆଗାମୀ ଦିନରେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ କୌଣସି ମାମଲା ଆସିବନାହିଁ । ଏ ନେଇ ଜୋରସୋରରେ ପ୍ରୟାସ ଚାଲିବା ସହ ଲକ୍‌ଡାଉନ୍‌କୁ ମଧ୍ୟ କଡ଼ାକଡ଼ିଭାବେ ପାଳନ କରାଯାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ପ୍ରେସମିଟ୍‌ରେ ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ନାମ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଏଣ୍ଟ ସେକ୍ରେଟାରୀ ଲବ ଅଗ୍ରଓ୍ୱାଲ୍‌ । ଯେତେବେଳେ ଏଠାରେ କରୋନା ପଜିଟିଭ୍ ମାମଲା ସାମ୍ମାକୁ ଆସିବା ପରେ ସମ୍ପୃକ୍ତ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ଭାବେ ଘୋଷଣା କରାଯାଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡଲାଇନ୍‌ ଅନୁଯାୟୀ କାର୍ଯ୍ୟ କରାଯାଇଛି । ଯାହାର ସୁପରିଣାମ ଦେଖିବାକୁ ମିଳିଛି ।

ଲବ୍‌ ଅଗ୍ରଓ୍ୱାଲଙ୍କ କହିବା ହେଲା ଯେ, ଆମେ ପ୍ରତ୍ୟେକ ସ୍ତରରେ ଟେକ୍ନୋଲୋଜିର ବ୍ୟବହାର କରୁଛୁ । ଟେକ୍ନୋଲୋଜି ସହାୟତାରେ ଲାଇଭ୍ ଟ୍ରାକିଂ କରିବା ସହ, କଣ୍ଟେନମେଣ୍ଟ ପ୍ଳାନିଂ କରିବା ସହ ଏହାକୁ ମନିଟରିଂ କରାଯାଇଥିବା ସେ କହିଛନ୍ତି । ଖୁସି ଖବର ଏହା ଯେ, ଏହି ୨୫ ଜିଲ୍ଲା ମଧ୍ୟରେ କଣ୍ଟାଟକାର ୪, ଛତିଶଗଡ଼ର ୩, ଛତିଶଗଡ଼ର ୩, କେରଳର ୨, ବିହାର ୩ ଏବଂ ହରିୟାଣାର ୩ ଜିଲ୍ଲା ସାମିଲ ରହିଛି । ଏହି ୫ ରାଜ୍ୟରେ କରୋନାର ସମୁଦାୟ ମାମଲା ୮୮୮ ରହିଛି । ଏଥିମଧ୍ୟରୁ ମୋଟ ୨୮୫ ଠିକ୍‌ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଏହି ରାଜ୍ୟରେ ମୋଟ ୫ ଜଣ ମୃତ୍ୟୁ ହୋଇଛି ।

ଉତ୍ତରଖଣ୍ଡରୁ ମଧ୍ୟ ଭଲ ଖବର ଆସିଛି । ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ୱତଙ୍କ କହିବାନୁଯାୟୀ ଗତ ୧୦୦ ଘଣ୍ଟା ମଧ୍ୟରେ ଗୋଟିଏ ବି ପଜିଟିଭ୍‌ କେସ୍‌ ସାମ୍ନାକୁ ଆସିନାହିଁ । ଏଯାଏଁ ୭ ଜଣ ସୁସ୍ଥ ହୋଇଛନ୍ତି ।

ମହାରାଷ୍ଟ୍ର: ଗୋନ୍ଦିଆଁ

ଦୁର୍ଗ, ବିଳାସପୁର, ରାଜନନ୍ଦେଗାଁ: ଛତିଶଗଡ଼

ଓ୍ୱାୟନାଡ଼, କୋଟ୍ଟାୟମ୍‌: କେରଳ

ପଶ୍ଚିମ ଇମ୍ଫାଲ୍‌: ମଣିପୁର

ଦକ୍ଷିଣ ଗୋଆ: ଗୋଆ

ରଜୈରୀ: ଜମ୍ମୁ କଶ୍ମୀର

ଆଇଜଲ ପଶ୍ଚିମ: ମିଜୋରାମ

ମାହେ: ପୁଡୁଚେରୀ

ଏସ୍‌ବିଏସ୍‌ ନଗର: ପଞ୍ଜାବ

ପାଟଣା, ନାଳନ୍ଦା, ମୁଙ୍ଗେର: ବିହାର

ପ୍ରତାପଗଡ଼: ରାଜସ୍ଥାନ

ପାନିପଥ, ରୋହତକ୍‌, ସରିସ୍‌: ହରୟାଣା

ପେଡି ଗଢ଼ବାଲ: ଉତ୍ତରାଖଣ୍ଡ

ଭଦ୍ରାଦି କୋଟାଗୁଡମ୍:ତେଲେଙ୍ଗାନା

Leave a Reply