କରୋନା ହଟସ୍ପଟ ଜିଲ୍ଲାରେ ଲକଡାଉନ୍ ନୟମକୁ ଫୁ, ଏକାଠି ସଂଖ୍ୟାଧିକ ଲୋକଙ୍କ ପୂଜାର୍ଚ୍ଚନା

ଯାଜପୁର: ଯାଜପୁର ଜିଲ୍ଲା କରୋନାର ହଟସ୍ପଟ୍ ପାଲଟିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଲକଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି । ଗୋଟିଏ ସ୍ଥାନରେ ଏକାଧିକ ଲୋକ ଏକତ୍ର ହେବା ମନା । ଧାର୍ମିକ ସ୍ଥଳୀରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ରହିଛି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପହଞ୍ଚିଥିବା ବେଳେ ନିୟମ ମାନୁନାହାଁନ୍ତି ଲୋକ । କରୋନା ସଂକ୍ରମଣଲ ବିପଦ ଥିଲେ ବି ଚାଲିଛି ଶନିଦେବଙ୍କ ପୂଜାର୍ଚ୍ଚନା ।

ଜିଲ୍ଲାର ଧର୍ମଶାଳା ବ୍ଲକ କଣ୍ଟିଗଡ଼ିଆ ଗାଁରେ ଲୋକେ ଏକାଠି ହୋଇ ଶନିଦେବଙ୍କ ମନ୍ଦିରରେ ଜଳାଭିଷେକ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ସଂକ୍ରମଣ ରୋକିବାକୁ ମନ୍ଦିର ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା ବାରଣ କରାଯାଇଛି । ଏଠି ନିୟମ ନମାନି ସଂଖ୍ୟାଧିକ ଲୋକ ଭିଡ଼ କରି ପୂଜାପାଠ କରିଛନ୍ତି ।

ଏତେ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ ବି ମନରେ କାହାରି କିଛି ଭୟନଥିବା ଦେଖିବାକୁ ମିଳିଥିଲା । ସାମାଜିକ ଦୂରତା କେହି ରକ୍ଷା କରିନଥିବା ବେଳେ କାହାରି ମୁହଁରେ ମାସ୍କ ମଧ୍ୟ ନଥିଲା । ଲୋକେ ଏ ଦିଗରେ ସଚେତନ ନହେଲେ କରୋନାର କାୟା ଜିଲ୍ଲାରେ ଆହୁରି ବଢ଼ିବା ଏକ ପ୍ରକାର ଥୟ ।

Leave a Reply