ଭୁବନେଶ୍ୱରରେ ଇଏସଆଇ ମେଡିକାଲ କଲେଜ ଆଶା ମଉଳିଲା

1 min read

ଭୁବନେଶ୍ୱରରେ ଏଏସଆଇ ମେଡିକାଲ୍ କଲେଜ ନେଇ ଯେଉଁ ଆଶା ରହିଥିଲା ସେଥିରେ ପୂର୍ଣ୍ଣଛେଦ ପଡିଛି । ଦୀର୍ଘ ୧୧ ବର୍ଷ ପରେ ଏଥିରେ ପୂର୍ଣ୍ଣଛେଦ ଟାଣିଛନ୍ତି କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱାର । ପୂର୍ବାଞ୍ଚଳ ଶ୍ରମମନ୍ତ୍ରୀ ସମ୍ମିଳନୀରେ ଯୋଗଦେବା ଅବସରରେ ଏଭଳି ସୂଚନା ଦେଇଛନ୍ତି ଗଙ୍ଗଓ୍ୱାର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଳରେ ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଶ୍ରମ ବିଭାଗକୁ କେବଳ ଶ୍ରମିକ କଲ୍ୟାଣ କଥା ବୁଝିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ହସ୍ପିଟାଲ ପ୍ରତିଷ୍ଠାର ପ୍ରଶ୍ନ ଉଠୁନାହିଁ । ୨୦୦୮ରେ ମେଡିକାଲ କଲେଜ ପାଇଁ ଥିବା ଏମସିଆଇର ନିୟମ ଅନୁସାରେ ରାଜ୍ୟ ସରକାର ଭୁବନେଶ୍ୱର ଉପକଣ୍ଠରେ ୨୫ ଏକର ଜମି ଯୋଗାଇଥିଲେ । ସେତେବେଳେ ସରକାର ବହୁ କଷ୍ଟରେ ଏ ଜମି ଅଧିଗ୍ରହଣ କରିବା ସହ ଶ୍ରମ ବିଭାଗକୁ ଦେଇଥିଲେ । ଇଏସଆଇ ମେଡିକାଲ୍ କଲେଜ ହୋଇଥିଲେ ବହୁ ଲୋକ ଏଥିରୁ ସୁବିଧା ପାଇପାରିଥାନ୍ତେ । ମାତ୍ର ସେଭଳି କିଛି ହେବା ଭଳି ଏବେ ମନେହେଉନାହିଁ । ତେଣୁ କେନ୍ଦ୍ର ସରକାର ମନା କରିବା ପରେ ଇଏସଆଇ ମେଡିକାଲ୍ କଲେଜ ଆଶା ମଉଳି ଯାଇଛି । ')}

Leave a Reply