ଚୀନର କରୋନା ଭ୍ୟାକ୍ସିନ ଉପରେ ନାହିଁ ଦୁନିଆର ବିଶ୍ୱାସ, ପାକିସ୍ତାନୀ ଚାଇନା ଟିକା ନେବାକୁ ନାରାଜ

ଇସଲାମାବାଦ: ଦୁନିଆର ବିଭିନ୍ନ ଦେଶ ଓ ଔଷଧ କଂପାନୀ କରୋନା ଭ୍ୟାକ୍ସିନ୍ ତିଆରି କରିବାରେ ବ୍ୟସ୍ତ ଅଛନ୍ତି । ଚୀନ ମଧ୍ୟ କରୋନା ଟିକା ତିଆରି କରିଥିବା ଦାବି କରୁଛି । କିନ୍ତୁ ସମସ୍ୟା ହେଉଛି ଦୁନିଆର ଅନେକ ଦେଶ ଚୀନର ଦାବିକୁ ଗମ୍ଭିରତାର ସହ ନେଉ ନାହାନ୍ତି । ମେଡ୍ ଇନ୍ ଚାଇନା ସାମଗ୍ରୀ ଭଳି ଚୀନ ଟିକା ଭରସାଯୋଗ୍ୟ ନୁହେଁ ବୋଲି ଅନେକ ଦେଶ ମାନି ନେଇଛନ୍ତି । ତେଣୁ ଚିନ୍ ଟିକା କିଣିବାକୁ କୌଣସି ଦେଶ ଆଗକୁ ଆସୁ ନାହାନ୍ତି । ବାକି ଦେଶମାନଙ୍କୁ ଛାଡନ୍ତୁ ପାକିସ୍ତାନ ଭଳି ଦେଶ,ଯାହାର ଅର୍ଥନୀତି ଚୀନ କରଜ ଉପରେ ତିଷ୍ଟିଛି ସେଠାରେ ମଧ୍ୟ ଚୀନ ଟିକାକୁ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ରହିଛି । ଇଣ୍ଡୋନେସିଆ ଓ ବ୍ରାଜିଲ ଭଳି ଦେଶ ଆଗରୁ ଚୀନ ଟିକାକୁ ଗୁରୁତ୍ୱ ଦେଉ ନଥିଲେ । ଏବେ ପାକିସ୍ତାନରେ ମଧ୍ୟ ସମାନ ସନ୍ଦେହ ସୃଷ୍ଟି ହୋଇଛି ।

ଚୀନ ଟିକାକୁ ପାକିସ୍ତାନୀଙ୍କ ତୌବା ତୌବା
ଚୀନ କରୋନା କାଳରେ ଭ୍ୟାକ୍ସିନ କୂଟନୀତି ଜରିଆରେ ପାକିସ୍ତାନ ଭଳି ଗରିବ ଦେଶଙ୍କ ଉପରେ ପ୍ରଭାବ ପକାଇବାକୁ ଚାହୁଁଥିଲା । ଗତ ୭୦ ବର୍ଷ ଭିତରେ ଚୀନ୍ ପାକିସ୍ତାନରେ ରୋଡ୍,ରେଳ ଓ ପାୱାର ଷ୍ଟେଶନ ଭଳି ଭିତ୍ତିଭୂମି ବିକାଶ କ୍ଷେତ୍ରରେ ୭୦ ଶହ କୋଟି ଡଲାର ନିବେଶ କରିଛି । ଏବେ କରୋନା ଟିକା ପାକିସ୍ତାନକୁ ବିକ୍ରି କରି ଚୀନ ଲାଭ କମାଇବାକୁ ଚାହୁଁଥିଲା । କିନ୍ତୁ ପାକିସ୍ତାନୀ ଚୀନ ଟିକା ଉପରେ ଭରସା କରି ପାରୁନାହାନ୍ତି । ତେଣୁ ଯଦି ବି ପାକିସ୍ତାନ ସରକାର ଚୀନଠାରୁ ଟିକା କିଣେ ତେବେ ଏହାକୁ ଲୋକ କେମିତି ଗ୍ରହଣ କରିବେ ତାହା ବଡ କଥା । ଯଦି ପାକିସ୍ତାନୀ ନାଗରିକ ଚୀନ ଟିକା ନେବାକୁ ମନା କରି ଦିଅନ୍ତି ତେବେ ପାକିସ୍ତାନକୁ ଭାରି କ୍ଷତି ସହିବାକୁ ପଡିବ ।
ଟିକା କୂଟନୀତିକୁ ଝଟକା
ଆମେରିକା ଓ ୟୁରୋପର ଔଷଧ କମ୍ପାନୀ ନିଜ ଭ୍ୟାକ୍ସିନର ସୁରକ୍ଷାକୁ ନେଇ ଡାଟା ଜାରି କରିଛନ୍ତି । ଅନେକ ଦେଶ ଏହି ସବୁ ଟିକା ପାଇଁ ଆଗୁଆ ଅର୍ଡର ମଧ୍ୟ ଦେଇ ସାରିଲେଣି । କିନ୍ତୁ ଚୀନ ଟିକାକୁ ନେଇ ଖୁବ କମ ଦେଶ ଆଗ୍ରହ ପ୍ରକାଶ କରିଛନ୍ତି । ଟିକାକୁ ନେଇ ଏହି ଅନିଶ୍ଚିତତା କାରଣରୁ ଏସୀଆ,ଆଫ୍ରିକା ଓ ଦକ୍ଷୀଣ ଆମେରିକାର ଦେଶରେ ଚୀନ ଟିକା କୂଟନୀତିକୁ ଝଟକା ଲାଗିଛି ।

Leave a Reply