ମହାମାରୀ ପାଇଁ ଚଳିତବର୍ଷ ହେବନି କଟକ ପ୍ରସିଦ୍ଧ ବାଲିଯାତ୍ରା !

କଟକ: କରୋନା ପାଇଁ ଫିକା ପଡ଼ିଛି ସବୁ ପର୍ବପର୍ବାଣୀ । ଏଭଳି ପରିସ୍ଥିତିରେ ପ୍ରସିଦ୍ଧ ବାଲିଯାତ୍ରା ଉପରେ ମଧ୍ୟ ରୋକ ଲାଗିଛି । ଚଳିତ ବର୍ଷ କଟକରେ ପ୍ରସିଦ୍ଧ ଦଶହରା ଉପରେ କରୋନା ମାଡ଼ ପଡ଼ିଥିବା ବେଳେ ଏବେ ପ୍ରସିଦ୍ଧ ବାଲିଯାତ୍ରାକୁ ନେଇ ଆସିଛି ବଡ଼ ଖବର । ଶହ ଶହ ବର୍ଷର ପରମ୍ପରାରେ କରୋନା ଲଗାଇଲା ବ୍ରେକ୍ । ମହାମାରୀ ପାଇଁ ଚଳିତବର୍ଷ ହେବନି କଟକ ପ୍ରସିଦ୍ଧ ବାଲିଯାତ୍ରା । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ।

ଏଥି ସହ ସାମୂହିକ ବୋଇତବନ୍ଦାଣ ଉପରେ ମଧ୍ୟରେ ରୋକ ଲଗାଇଛି ପ୍ରଶାସନ । ମହାନଦୀ କୂଳରେ ଅନୁଷ୍ଠିତ କଟକ ବାଲିଯାତ୍ରାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗାମ ହେଉଥିବାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି । ଯଦିଓ ସରକାରୀ ସ୍ଥରରେ ଏନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ବାଲିଯାତ୍ରାରେ ସବୁଠୁ ଅଧିକ ଜନସମାଗମ ହୁଏ କରୋନାର ଏଭଳି ପରିସ୍ଥିତିକୁ ଦେଖି ଚଳିତ ବର୍ଷ ବାଲିଯାତ୍ରା ସମ୍ଭବ ହେବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Leave a Reply