ଲ୍ୟାଣ୍ଡଫଲ୍ କରି ସାରିଲାଣି ବାତ୍ୟା ‘ନିଭାର’, ପ୍ରଭାବରେ ରାଜ୍ୟର ଦକ୍ଷିଣାଞ୍ଚଳରେ ବର୍ଷା

ଭୁବନେଶ୍ୱର: ମଧ୍ୟରାତ୍ରୀରେ ସ୍ଥଳଭାଗ ଛୁଇଁଲା ଭେରି ସିଭିୟର ସାଇକ୍ଳୋନିକ ଷ୍ଟର୍ମ ‘ନିଭାର’ । ଗତକାଲି ରାତି ୧୧ଟା ୩୦ରୁ ୨ଟା ୩୦ ମଧ୍ୟରେ ପୁଡୁଚେରୀ ଉପକୂଳରେ ସ୍ଥଳଭାଗ ଛୁଇଁଛି ନିଭାର। ମରକ୍‌ମ ନିକଟରେ ଲ୍ୟାଣ୍ଡଫଲ୍‌ ହୋଇଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ରହିଥିଲା ।

ସେହିପରି ପବନର ଝଟ୍‌କା ଘଣ୍ଟାକୁ ୧୪୫ କିଲୋମିଟର ରହିଥିଲା । ପ୍ରଭାବରେ ପୁଡୁଚେରୀ ଓ ଚେନ୍ନାଇରେ ପ୍ରବଳ ବର୍ଷା ହେଉଛି । ଲ୍ୟାଣ୍ଡଫଲ୍ ପରେ ଦୁର୍ବଳ ହୋଇ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି ।

ଆସନ୍ତା ୩ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବ । ପ୍ରାୟ ଲକ୍ଷେ ୩୮ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ବାତ୍ୟାର ବିଶେଷ ପ୍ରଭାବ ଓଡିଶା ଉପରେ ପଡିନି। ଦକ୍ଷିଣ ଓଡିଶାର କିଛି ସ୍ଥାନରେ ବର୍ଷା ହୋଇଛି ।

Leave a Reply