ରେସକୁ ଏନଡିଏର ପ୍ରତ୍ୟାବର୍ତ୍ତନ,ବର୍ତ୍ତମାନ ପାଇଁ ତେଜସ୍ୱୀଙ୍କ ‘ତେଜ’ ହରଣ

1 min read

ପାଟନା: ବିହାର ଫଳାଫଳ ଉପରେ ପୁରା ଦେଶର ନଜର । କାରଣ ଏହି ରାଜ୍ୟର ଫଳାଫଳ  ଆଗକୁ ହେବାକୁ ଥିବା ପଶ୍ଚିମ ବଙ୍ଗ ଓ  ଉତ୍ତର ପ୍ରଦେଶ ନିର୍ବାଚନକୁ ପ୍ରଭାବିତ କରିବ ବୋଲି କୁହାଯାଉଥିଲା । ସବୁ ଏଗଜିଟ୍ ପୋଲ୍ ତେଜସ୍ୱୀଙ୍କ ରାଜ୍ୟାଭିଷେକ ଏକରକମ କରି ସାରିଥିଲେ । କିନ୍ତୁ ଦିନ ୧୧ ଟା ସୁଧାର ଟ୍ରେଣ୍ଡ୍ କହୁଛି ଅଲଗା କାହାଣୀ । ସକାଳୁ ସକାଳୁ ବିଜେଡି-ଜେଡିୟୁର ନିଦ ହରଣଚାଳ କରିଥିବା ତେଜସ୍ୱୀଙ୍କ ତେଜ କିନ୍ତୁ ଦିନ ୧୧ ବେଳକୁ କମି ଯାଇଥିବା ଭଳି ଲାଗୁଛି ।

ରିପୋର୍ଟ ଲେଖାଯିବା ବେଳକୁ ଏନଡିଏ ମ୍ୟାଜିକ୍ ନମ୍ବର ଛୁଇଁ ସାରିଛି । ଏନଡିଏ ୧୩୧ ଆସନରେ ଆଗୁଆ ଥିବା ବେଳେ ଆରଜେଡି ପ୍ଲସ ୧୦୧ ଆସନରେ ଆଗୁଆ ରହିଛି । ଭୋଟ୍ ଟ୍ରେଣ୍ଡ୍ ଆଗକୁ ମଧ୍ୟ ବଦଳିବ କିନ୍ତୁ ସକାଳ ଅପେକ୍ଷା ମହାମେଣ୍ଟ ପଛରେ ପଡିଛି । ଦୁଇ ମେଣ୍ଟ ମଧ୍ୟରେ ଟକ୍କର ଜୋରଦାର ହେଉଛି । ଯାହା ଜଣାପଡୁଛି ଏଥର ବିହାର ଭୋଟର ବିଭାଜିତ ଭୋଟ୍ କରିଛନ୍ତି । କୌଣସି ଗୋଟିଏ ଦଳକୁ ଏକତରଫା ଭୋଟ କରିନାହାନ୍ତି । ଯେଉଁଥିପାଇଁ କେତେବେଳେ ଏନଡିଏ ଆଗରେ ତ’ କେତେବେଳେ ଆରଜେଡି ।

ଅନ୍ୟପକ୍ଷରେ ମହାମେଣ୍ଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବଙ୍କ ବଡ  ଭାଇ ତେଜ ପ୍ରତାପ ହାସନପୁର ସିଟରେ ପଛୁଆ ଅଛନ୍ତି । ସୂଚନାଯୋଗ୍ୟ ଯେ, ତେଜସ୍ୱୀଙ୍କ ଜନ୍ମଦିନରେ ଟ୍ୱିଟ୍ କରି ସେ ସାନଭାଇଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ଉପହାର ଭାବେ ଦେଉଛନ୍ତି ବୋଲି କହିଥିଲେ ।

Leave a Reply