ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ନବୀନଙ୍କ ସହଯୋଗ ଲୋଡ଼ିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର…..

ଭୁବନେଶ୍ୱର: ବିଜେଡିର ସହାୟତା ଲୋଡ଼ିଲା ନୀତୀଶ ସରକାର । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ ଦେବା ପାଇଁ ନୀତୀଶ, ନବୀନଙ୍କ ସମର୍ଥନ ଲୋଡ଼ିଛନ୍ତି । ଚଳିତ ରାଜ୍ୟସଭା ଅଧିବେଶନ ସେପ୍ଟେମ୍ୱର ୧୪ରୁ ଆରମ୍ଭ ହେଉଛି । ଏଥରର ଅଧିବେଶନରେ ଉପାଧ୍ୟକ୍ଷ ନିର୍ବାଚନ ହେବ । ସଂପ୍ରତି ଉପାଧ୍ୟକ୍ଷ ଦାୟିତ୍ୱରେ ଥିବା ଜେଡିୟୁ ନେତା ହରିବଂଶ ନାରାୟଣ ସିଂ ପୁଣି ଥରେ ନାମାଙ୍କନ ଦାଖଲ କରିଛନ୍ତି ।

ଏଭଳି ସ୍ଥଳେ ଏନଡିଏ ସମର୍ଥିତ ଏହି ପ୍ରାର୍ଥୀଙ୍କ ସପକ୍ଷରେ ସମର୍ଥନ ଯୋଗାଡ଼ କରିବା ପାଇଁ ଆଗକୁ ଆସିଛନ୍ତି ନିତୀଶ । ବିଗତ ଦିନରେ ନବୀନ ଉପାଧ୍ୟକ୍ଷ ନିର୍ବାଚନରେ ହରିବଂଶକୁ ସମର୍ଥନ କରିସାରିଛନ୍ତି । ଏଣୁ ପୁଣି ଥରେ ସମର୍ଥନ ଆଶାରେ ନବୀନଙ୍କୁ ମିଳିଛି ନୀତୀଶଙ୍କ ଅନୁରୋଧ । ଫୋନ୍ ଯୋଗେ ବାର୍ତ୍ତାଳାପ କରି ସେ ନବୀନଙ୍କ ସହଯୋଗ ଲୋଡ଼ିଛନ୍ତି ।

ତେବେ ସଦ୍ୟ ସମାପ୍ତ ନିର୍ବାଚନ ପରେ ରାଜ୍ୟସଭାରେ ଏନଡିଏର ସଂଖ୍ୟା ବଳ ବଢିଛି । ରାଜ୍ୟସଭାରେ ବିଜେପି ନେତୃତ୍ୱଧୀନ ଏନଡିଏର ୧୦୧ ଜଣ ସଦସ୍ୟ ରହିଥିବା ହେତୁ ଉପାଧ୍ୟକ୍ଷ ନିର୍ବାଚନରେ  ହରିବଂଶଙ୍କ ବିଜୟର ଆଶା ଅଧିକ ଉଜ୍ଜିବୀତ । ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ୱରେ ଥିବା ଏନଡିଏର ୬୫ ଜଣ ସଂସଦରେ ରହିଥିବା ସତ୍ତ୍ୱେ ମଧ୍ୟ ଏନଡିଏ ପ୍ରାର୍ଥୀ ଚୟନ କରି ନିର୍ବାଚନକୁ ଆସିବ ବୋଲି ସୋନିଆ ଗାନ୍ଧୀ ସ୍ପଷ୍ଟ କରିଛନ୍ତି ।

 

Leave a Reply