ନୀତିଶ କୁମାରଙ୍କ ସପ୍ତମ ଶପଥ, ଜାଣନ୍ତୁ କେବେ କେବେ ହୋଇଥିଲେ ମୁଖ୍ୟମନ୍ତ୍ରୀ

1 min read

ପାଟଣା: ପୁଣି ବିହାରରେ ଏନଡିଏ ସରକାର । ମୁଖ୍ୟମନ୍ତ୍ରୀ ହେବେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର  । କ୍ଷମତାରୁ ଅଳ୍ପ ଦୂରରେ ଅଟକିଗଲା ମହାଗଠବନ୍ଧନ । କରୋନା କାଳରେ ବିହାରବାସୀ ନିଜର ସରକାର ବାଛିଛନ୍ତି  । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧିନ ବିଜେପି  ଓ ନୀତୀଶଙ୍କ ନେତୃତ୍ୱାଧିନ ଜେଡିୟୁ ଉପରେ ଭରସା କରିଛନ୍ତି ବିହାର ଜନତା । ଲ୍ୟାଣ୍ଡସ୍ଲାଇଡ୍‌ ଭିକ୍ଟ୍ରିନ ହୋଇଥିଲେ ମଧ୍ୟ ମ୍ୟାଜିକ ନମ୍ବର ଠାରୁ ମାତ୍ର ୩ଟି ଅଧିକ ଆସନ ପାଇଁ ସରକାର ଗଢିବାକୁ ଯାଉଛି ଏନଡିଏ । ବିହାରରେ ମୋଟ ବିଧାନସଭା ଆସନ ହେଉଛି ୨୪୩ । ସରକାର ଗଢିବା ପାଇଁ ମ୍ୟାଜିକ୍ ନମ୍ବଂର ୧୨୨ ଥିବାବେଳେ ଏନଡିଏ ୧୨୫, ମହାଗଠବନ୍ଧନ ୧୧୦, ଏଲଜେପି ଗୋଟିଏ ଓ ଅନ୍ୟମାନେ ୭ଟି ଆସନରେ ସନ୍ତୁଷ୍ଟ ହୋଇଛନ୍ତି । ସର୍ବାଧିକ ୧୨୫ ଆସନ ପାଇ ସରକାର ଗଢିବାକୁ ଯାଉଛି ଏନଡିଏ ।

ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିହାର ଜନତା ବିକାଶକୁ ଭରସା କରି ଭୋଟ ଦେଇଥିବା କହିଛନ୍ତି ମୋଦି  । ସେହିଭଳି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେବା ସହ ଜନାଦେଶକୁ ସ୍ୱୀକାର କରିଛନ୍ତି ।  ଖୁବ କମ ସମୟ ମଧ୍ୟରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଢିବା ପାଇଁ ଦାବି ଜଣାଇବ ଏନଡିଏ । ତେବେ ଯଦି ଏଥର ମୁଖ୍ୟମନ୍ତ୍ରୀ ନୀତିଶ ହୁଅନ୍ତି ତେବେ ସପ୍ତମ ଥର ପାଇଁ ଶପଥ ପାଠ କରିବେ ନୀତିଶ ।

 ସପ୍ତମ ଥର ପାଇଁ ଶପଥ ନେବେ ନିତୀଶ

ସେ ପ୍ରଥମେ ୩ ମାର୍ଚ୍ଚ ୨୦୦୦ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ କିନ୍ତୁ ସଂଖ୍ୟାଗରିଷ୍ଠତା ଅଭାବରୁ ତାଙ୍କ ସରକାର ସାତ ଦିନ ମଧ୍ୟରେ ଭାଙ୍ଗିଯାଇଥିଲା
୨୪ ନଭେମ୍ବର ୨୦୦୫ରେ ସେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀର ମୁକୁଟ ପିନ୍ଧିଥିଲେ
୨୬ ନଭେମ୍ବର ୨୦୧୦ରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ
୨୦୧୪ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କିନ୍ତୁ ୨୨ ଫେବୃଆରୀ ୨୦୧୫ରେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ
୨୦ ନଭେମ୍ବର ୨୦୧୫ରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ନୀତିଶ
୨୭ ଜୁଲାଇ ୨୦୧୭ ରେ  RJD ଛାଡି, ବିଜେପି ସହ ମିଶି ଷଷ୍ଠ ଥର ପାଇଁ  ମୁଖ୍ୟମନ୍ତ୍ରୀ ହୋଇଥିଲେ

ତେବେ ଏନଡିଏର ଏହି ବିଜୟରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି, ଏବଂ ନୀତୀଶ କୁମାରଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦ ମିଳୁ ବୋଲି ବିଜେପିର ସମ୍ପୂର୍ଣ୍ଣ ଦୃଷ୍ଟି ରହିଛି। ଫଳାଫଳ ପୂର୍ବରୁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀଙ୍କ ପଦବୀରେ ରହିବେ ବୋଲି ବିଜେପି ରାଜ୍ୟ ସଭାପତି ଡଃ ସଞ୍ଜୟ ଜୟସୱାଲ ଦୋହରାଇଛନ୍ତି । ଦଳ ଯେତେ ଆସନ ଜିତୁ ନା କାହିଁକି ବିଧାନସଭା ପାର୍ଟି ବୈଠକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନୀତୀଶଙ୍କ ନାଁ ହିଁ ରହିବ ବୋଲି ସେ ପ୍ରକାଶ କରିଛନ୍ତି । ଏବଂ ଯଦି ନୀତିଶ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଏଥର ସେ ଶେଷଥର ପାଇଁ ମୁଖ୍ୟମନ୍ତ୍ରୀ ପଦବୀରେ ରହିବେ । କାରଣ ପୂର୍ବରୁ ନିର୍ବାଚନ ପ୍ରଚାର ସମୟରେ ନୀତିଶ କୁମାର ଏହା ତାଙ୍କର ଶେଷ ନିର୍ବାଚନ ବୋଲି କହିଥିଲେ । ଏମିତି କହି ସେ ଏକପ୍ରକାର ଅବସର ଘୋଷଣା କରିଥିଲେ କୁହାଯାଇପାରିବ ।

Leave a Reply