ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର

ପାଟଣା: ପୁଣି ବିହାରରେ ରାଜ୍ କରିବେ ନୀତୀଶ କୁମାର । ବିହାରରର ଶାସନ ଗାଦିରେ ବସିବେ ନୀତୀଶ । ଚଳିତ ବିଧାନସଭା ନିର୍ବାଚନରେ ଏନଡିଏକୁ ସ୍ପଷ୍ଟ ବହୁମତ ମିଳିଛି । ଦିପାବଳୀ ପରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ନୀତୀଶ । ଆସନ୍ତା ୧୬ତାରିଖରେ ଶପଥ ଗ୍ରହଣ ସମାରୋହ ହୋଇପାରେ । ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର ।

୨୦୦୦ ମସିହାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତୀଶ କୁମାର । ତେବେ ପ୍ରଶ୍ନ ଉଠୁଛି, ବିହାରରେ ନୀତିଶ ବନିପାରିବେ କି ନିତିଦିନିଆ ମୁଖମନ୍ତ୍ରୀ ? ଜନାଦେଶରେ ତିନି ନମ୍ବର ଦଳ ପାଲଟିଥିବା ଜେଡ଼ିୟୁର କ୍ଷମତା ଭବିଷ୍ୟତ କଣ ? କ୍ଷମତା ରାଜନୀତିର ସାପସିଡ଼ି ଖେଳରେ ତିନି ନମ୍ବର ଆସନକୁ ଚାଲିଯାଇଛି ଜେଡିୟୁ  । ଗତଥର ୭୧ ଆସନ ପାଇଥିବା ଦଳ ଏଥର ୨୮ ଆସନ ହରାଇ ମାତ୍ର ୪୩ ଆସନରେ ଅଟକିଯାଇଛି  । ନୀତିଶଙ୍କ ୧୦ ମନ୍ତ୍ରୀଙ୍କୁ ଏଥର ଦେଖିବାକୁ ମିଳିଛି ପରାଜୟର ମୁହଁ  ।

ଏହାସହ ଏନଡିଏ ମେଣ୍ଟରେ ସାନ ଭାଇ ଥିବା ବିଜେପି ଏଥର ବଡ଼ ଭାଇ ପଦକୁ ପ୍ରମୋସନ ପାଇଛି । ବିଜେପି ପ୍ରଥମରୁ ସ୍ପଷ୍ଟ କରିଛି ଦଳ କ୍ଷମତାକୁ ଫେରିଲେ ନୀତିଶ ହିଁ ହେବେ ମୁଖ୍ୟମନ୍ତ୍ରୀ । ଏଥର ନିର୍ବାଚନରେ ଏନଡିଏକୁ ମୋଟ୍ ୧୨୫ ଆସନ ମିଳିଛି । ବିଜେପିକୁ ୭୪ ଓ ଜେଡିୟୁକୁ ୪୩ ଆସନ ମିଳିଛି । ତେଣୁ ଏଥର ମନ୍ତ୍ରୀମଣ୍ଡଳରେ ବିଜେପିକୁ ଅଧିକ ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

Leave a Reply