ତେଜସ୍ୱୀଙ୍କ ଉପରେ ବର୍ଷିଲେ ନୀତିଶ, କହିଲେ ସାଙ୍ଗର ପୁଅ ବୋଲି ଚୁପ୍‌ ରହିଛି…

1 min read
Nitish Kumar

ପାଟନା: ବିହାର ବିଧାନସଭା ଭିତରେ ରାଜ୍ୟପାଳ ଫାଗୁ ଚୌହାନଙ୍କ ଅଭିଭାଷଣକୁ ନେଇ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଦେଖିବାକୁ ମିଳିଥିଲା ଭିନ୍ନ ରୂପରେ । ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ଉପରେ ପ୍ରଚଣ୍ଡ କ୍ରୋଧିତ ହୋଇଥିଲେ ନୀତିଶ । ଏହା ପୂର୍ବରୁ ନୀତିଶଙ୍କ ଏଭଳି ରୂପ ବୋଧ ହୁଏ କେହି କେବେ ଦେଖିଥିବେ । ରାଗିଯାଇ ନୀତିଶ କହିଥିଲେ ଯେ, ତେଜସ୍ୱୀ ହେଉଛନ୍ତି ତାଙ୍କ ଭାଇ ଭଳିଆ ସାଙ୍ଗ ଲାଲୁ ଯାଦବଙ୍କ ପୁଅ । ତେଣୁ ତାଙ୍କ ବାଚାଳାମୀ ବା କଥା ସେ ଆଜି ଯାଏଁ ସହ୍ୟ କରି ଆସୁଛନ୍ତି ।

ଗୃହରେ ତେଜସ୍ୱୀ, ନୀତିଶଙ୍କ ନାଁରେ ଅନେକ ଅଭିଯୋଗ ଆଣିଥିଲେ । ୧୯୯୧ରେ ହୋଇଥିବା ଏକ ହତ୍ୟାକାଣ୍ଡରେ ନୀତିଶଙ୍କ ସମ୍ପୃକ୍ତି ଥିବା କଥା କହିବା ସହ ପୂର୍ବରୁ କଣ୍ଟେଣ୍ଟ ଚୋରି ଅଭିଯୋଗରେ ନୀତିଶ ୨୫ ହଜାର ଟଙ୍କା ଜୋରିମାନା ଦେଇଥିବା କଥା ମଧ୍ୟ ଉଠାଇଥିଲେ ।

ତେଜସ୍ୱୀଙ୍କ ଏଭଳି ସଙ୍ଗୀନ୍‌ ଆରୋପ ପରେ ସଂସଦୀୟ କାର୍ଯ୍ୟମନ୍ତ୍ରୀ ବିଜୟ ଚୌଧରୀ, ମୁଖ୍ୟମନ୍ତ୍ରୀ ନୀତିଶଙ୍କ ସପକ୍ଷରେ ବାହାରି କହିଥିଲେ ଯେ, ୧୯୯୧ ହତ୍ୟାକାଣ୍ଡ ଘଟଣା ସୁପ୍ରିମ୍‌କୋର୍ଟରେ ସମାସ୍ତ ହୋଇସାରିଛି । ତେଣୁ ଏଭଳି ଭିତ୍ତିହୀନ ଘଟଣାକୁ ନେଇ ସଂସଦରେ ଆଲୋଚନା ହେବା ଉଚିତ୍‌ ନୁହେଁ । ବିଜୟ ଚୌଧୁରୀ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ ଯେ, ତେଜସ୍ୱୀ ଯାଦବଙ୍କ ଏହି ଅଭିଯୋଗ ଗୃହର ପ୍ରକ୍ରିୟାରୁ ହଟାଯିବା ଉଚିତ୍‌ । ବିଜୟଙ୍କ ଏଭଳି ବୟାନ ପରେ ପୁଣି ତେଜସ୍ୱୀ ଉତ୍ତର ଦେଇଥିଲେ ଯେ, ନୀତୀଶ କୁମାରଙ୍କ ଉପରେ ଯେଉଁ ଅଭିଯୋଗ ରହିଛି ତାହା ମିଥ୍ୟା ନୁହେଁ ।

Lalu Prasad Switches Off TV After Seeing NDA’s Lead Goes Out To Soak Up The Sun

ସିଏମ ନୀତୀଶ କୁମାର କ’ଣ କହିଥିଲେ ?

ସଂସଦରେ ଏଭଳି କଥା କଟାକଟି ମଧ୍ୟରେ ନୀତୀଶ କୁମାର ଅତ୍ୟନ୍ତ ରାଗିଯାଇଥିଲେ । ସେ ନିଜ ଚୌକିରୁ ଉଠି କହିଥିଲେ ଯେ, ତେଜସ୍ୱୀ ଯାହା କହୁଛନ୍ତି ସେନେଇ ତଦନ୍ତ କରାଯାଉ । ଯଦି ତେଜସ୍ୱୀ ଭୁଲ୍‌ କହୁଥିବେ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେଜସ୍ୱୀ ମୋର ଜଣେ ଭାଇ ଭଳିଆ ବନ୍ଧୁର ପୁଅ ତେଣୁ ତାଙ୍କ କଥା ମୁଁ ସହ୍ୟ କରୁଛି । ସେ ବୋଧ ହୁଏ ଜାଣି ନାହନ୍ତି ତାଙ୍କ ବାପାଙ୍କୁ କିଏ ବିଧାୟକ ଦଳର ନେତା କରିଥିଲା । ଆଉ ଏହା ମଧ୍ୟ ସେ ସେ ନିଜେ ଜାଣି ନାହାନ୍ତି ଯେ, ତାଙ୍କୁ କିଏ ଉପମୁଖ୍ୟମନ୍ତ୍ରୀ ପଦ ଦେଇଥିଲା ।

How Nitish Toppled Lalu Family From Power In 2005 Bihar

ତେଜସ୍ୱୀଙ୍କ ନାଁରେ ଅନେକ ଅଭିଯୋଗ ରହିଛି । ଯେତେବେଳେ ତେଜସ୍ୱୀଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଲା ସେତେବେଳେ ତାଙ୍କୁ ଜବାବ ମଗାଗଲା । ହେଲେ ସେ ଜବାବ ଦେଲେନି । ତେଣୁ ଆମେ ତାଙ୍କଠାରୁ ଅଲଗା ହେଲୁ । ତେଜସ୍ୱୀଙ୍କ ନାଁରେ ଦୁର୍ନୀତି ଅଭିଯୋଗ ରହିଛି ଏମିତି କି ତାଙ୍କ ନାଁରେ ଚାର୍ଜସିଟ୍‌ ମଧ୍ୟ ଦାଖଲ ହୋଇଛି । ୨୦୧୭ରେ ଦୁର୍ନୀତି ଅଭିଯୋଗ ନେଇ ତେଜସ୍ୱୀ କୌଣସି ସ୍ପଷ୍ଟି କରଣ ଦେଇନଥିଲେ କାହିଁକି ?

ତେଜସ୍ୱୀଙ୍କ ବିରୋଧରେ ଏଭଳି ଅଭିଯୋଗର ବର୍ଷା କରି ଚିତ୍କାର କରିଥିଲେ ନୀତିଶ । ସଂସଦରେ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ଏଭଳି ରୂପ ଦେଖି ଅନ୍ୟମାନେ ମଧ୍ୟ ତାଙ୍କ କଥାରେ ତାଳ ଦେଇ ହୋ-ହଲ୍ଲା କରିବାକୁ ଲାଗିଥିଲେ । ଏହାପରେ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ ।

Leave a Reply