ତୃତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଜୋର୍‌ଦାର, ନୀତିଶଙ୍କ ସଭାରେ ପିଆଜ ମାଡ଼..

Bihar CM Nitish Kumar On Favour Of Caste Based Census

ପାଟନା: ବିହାରରେ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ପ୍ରଚାର ଜୋରସୋରରେ ଚାଲିଛି । ବିଭିନ୍ନ ରାଜନୈତିକ ଦଳର ଷ୍ଟାର ପ୍ରଚାରକମାନେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ତେବେ ଏହି ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ଦେଖାଯାଇଛି । ନୀତିଶ ପ୍ରଚାର କରୁଥିବା ବେଳେ ଲୋକମାନେ ତାଙ୍କ ଉପରକୁ ପିଆଜ ଓ ପଥର ମାଡ଼ କରିଥିଲେ । ଏହି ଖବର ଓ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆସନରେ ଲଢ଼େଇ ହୋଇଥିବା ବେଳେ ହେଭିଓ୍ୱେଟ୍‌ ନେତାଙ୍କ ଭାଗ୍ୟ ଏବେ ଇଭିଏମ୍‌ରେ କଏଦ ରହିଛି ।

Nitish

ନୀତିଶଙ୍କ ବିରୋଧରେ ଦାନା ବାନ୍ଧୁଥିବା ଅସନ୍ତୋଷ ମଙ୍ଗଳବାର ପ୍ରଚାର ବେଳେ ସାମ୍ନାକୁ ଆସିଛି । ନୀତୀଶ କୁମାର ମଧୁବନୀ ଜିଲ୍ଲାର ହରଲାଖୀରେ ଆୟୋଜିତ ଏକ ସାଧାରଣ ସଭାରେ ଭାଷଣରେ ‘ନିଯୁକ୍ତି’ ପ୍ରସଙ୍ଗ ଉଠାଇଥିଲେ । ଆଉ ଠିକ୍‌ ସେହି ସମୟରେ ସେଠାରେ ଉପସ୍ଥିତ ଥିବା କିଛି ଲୋକ ଏହା ବିରୋଧରେ ନାରା ବାଜୀ ଆରମ୍ଭ କରିଥିଲେ । ଖାଲି ସେତିକି ନୁହେଁ, ମଞ୍ଚ ତଳେ ଥାଇ ନୀତିଶଙ୍କ ଉପରକୁ ଭିଡ଼ ଭିତରୁ ପଥର ଓ ପିଆଜ ମାଡ଼ କରିଥିଲେ । ତେବେ ଏହି ବିରୋଧ, ବିପକ୍ଷ ଦଳର ଷଡ଼ଯନ୍ତ୍ର ।  ନୀତିଶଙ୍କ ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରିବା ପାଇଁ କିଛି ହୀନ ରାଜନୈତିକ ବ୍ୟକ୍ତି ଏଭଳି ଚକ୍ରାନ୍ତ କରିଛନ୍ତି ବୋଲି ନୀତିଶଙ୍କ ଦଳର ନେତାମାନେ କହିଛନ୍ତି ।

ତେବେ ମଞ୍ଚତଳୁ ପଥରମାଡ଼ ହେବା ପରେ ନୀତୀଶ କୁମାର ଅସନ୍ତୋଷ ବ୍ୟକ୍ତ କରିବା ସହ ଆହୁରି ପଥର ମାର ବୋଲି କହିଥିଲେ । ତେବେ ଯେତେ ପଥର ମାଡ଼ କଲେ ବି ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ନୀତିଶ ସଭାରେ କହିଛନ୍ତି ।

Leave a Reply