ଏଣିକି ଛୁଟି ନୁହେଁ, କେନ୍ଦ୍ର ସରକାର କର୍ମଚାରୀଙ୍କୁ ମିଳିବ ଏଲଟିସି ଭାଉଚର, ଅର୍ଥନୀତିକୁ ସକ୍ରିୟ ପାଇଁ ନିଆଗଲା ଏହି ଅଭିନବ ପ୍ରୟାସ

1 min read

ନୂଆଦିଲ୍ଲୀ  : କୌଣସି କର୍ମସଂସ୍ଥାନରେ ସାପ୍ତାହିକ ଛୁଟି ବ୍ୟତୀତ ଅନ୍ୟାନ୍ୟ ଛୁଟି ନେବାକୁ ସମସ୍ତେ ଭଲ ପାଇଥାଆନ୍ତି । ହେଲେ କେନ୍ଦ୍ର ସରକାର ଏବେ ଏହି ଛୁଟିର ସ୍ୱରୂପ ପରିବର୍ତ୍ତନ କରିବାକୁ ଚାହାନ୍ତି । ଏହି ଛୁଟି ବଦଳରେ ମିଳିବ ଭାଉଚର । ଆଉ ଏହି ଭାଉଚର ଜରିଆରେ କର୍ମଚାରୀମାନେ ବଜାରରୁ କ୍ରୟ କରିପାରିବେ ବିଭିନ୍ନ ସାମଗ୍ରୀ । ଆଉ ଏହି କ୍ରୟ-ବିକ୍ରୟ ପ୍ରକ୍ରିୟା ବଜାରକୁ କରିବ ସକ୍ରିୟ । ଏପରି ଏକ ଅଭିନବ ପ୍ରୟାସ ନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ସାଧାରଣତଃ କର୍ମଚାରୀମାନେ  ଲିଭ୍ ଟ୍ରାଭେଲ ଆଲାଉନ୍ସ(ଏଲଟିସି) ବଦଳରେ ଏହି ଅଫର ସରକାର ଦେଇଛନ୍ତି । କୋଭିଡ଼ କଟକଣା କାରଣରୁ କର୍ମଚାରୀମାନେ ବ୍ଲକ-୨୦୧୮ରୁ ୨୦୨୧ ମଧ୍ୟରେ ଥିବା ଏଲଟିସିକୁ କାର୍ଯ୍ୟକାରୀ କରି ପାରିନାହାନ୍ତି । ଏହି ସମୟର ଥିବା ଛୁଟିକୁ ବାତିଲ କରି ସିଧାସଳଖ କ୍ୟାସ ଭାଉଚର ଯୋଗାଇଦେବେ ସରକାର । ସାମଗ୍ରିକ ଭାବେ ଏହି ଯୋଜନା ଦ୍ୱାରା ବଜାରରେ ୨୮,୦୦୦ କୋଟି ଟଙ୍କାର ଏକ ବଜାର ସୃଷ୍ଟି ହେବ । କ୍ୟାସ ଭାଉଚର ସହ କର୍ମଚାରୀମାନଙ୍କୁ କରରେ ମଧ୍ୟ ରିହାତି ଦିଆଯିବ ।

ଏହା କିପରି ଆପଣଙ୍କୁ ଫାଇଦା ଦେବ

ମନେକର ଆପଣଙ୍କ ଏଲଟିସିର ମୂଲ୍ୟ ୪୦,୦୦୦ ଟଙ୍କା । ତେବେ ଆପଣଙ୍କୁ ବଜାରରୁ ପ୍ରାୟ ୧,୨୦,୦୦୦ ଟଙ୍କାର ଜିନିଷ କ୍ରୟ କରିବାକୁ ପଡିବ । ଏହା ଦ୍ୱାରା ଆପଣ ୧୨ ପ୍ରତିଶତ ଜିଏସଟି କର ଶ୍ରେଣୀଭୁକ୍ତ ହେବେ । ଏହିପରି କଲେ ଆପଣ ପ୍ରାୟ ୪୦୦୦୦ ଟଙ୍କାର କରରୁ ଛାଡ଼ ପାଇପାରିବେ । ଅପରପକ୍ଷରେ ଯଦି ଆପଣ ଏହି ଟଙ୍କା ଖର୍ଚ୍ଚ କରୁନାହାନ୍ତି, ତେବେ ୧୦ ପ୍ରତିଶତ କର ଦେବା ବର୍ଗରେ ଆସିବେ । ଏହା ଦ୍ୱାରା ୪୦୦୦୦ ଉପରେ ୪୦୦୦ କର ଦେବେ । ଯଦି ୩୦ ପ୍ରତିଶତ କର ବର୍ଗରେ ଆସନ୍ତି ତେବେ ୧୨,୦୦୦ ଟଙ୍କା କର ଦେବେ । ତେଣୁ ଖର୍ଚ୍ଚ ନ କରି ଯଦି ସରକାରଙ୍କ କହିବାନୁଯାୟୀ କ୍ରୟ କରାଯାଏ, ତେବେ ଏହା କର୍ମଚାରୀଙ୍କୁ ଅଧିକ ଫାଇଦା ଦେବ । ଆସନ୍ତା ମାର୍ଚ୍ଚ ମାସ ୩୧ ପୂର୍ବରୁ ଏହା କାର୍ଯ୍ୟକାରୀ ହେବ । ଜିଏସଟି ଭେଣ୍ଟର ନିୟମ ସହ ଡିଜିଟାଲ କ୍ରୟ ଉପରେ ଏହି ଯୋଜନାରେ ଗୁରୁତ୍ୱ ଦିଆଯାଇଛି ।

୨୮୦୦୦ କୋଟିର ଅଗ୍ରୀମ ଚାହିଦା ସହ ଅତିରିକ୍ତ ୧୯୦୦୦ କୋଟି ଚାହିଦା ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ସେହିପରି ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ କଥା ଯଦି ବିଚାରକୁ ନିଆଯାଏ, ତେବେ ଆଉ ୯୦୦୦ କୋଟି ଟଙ୍କାର ଚାହିଦା ମିଳିପାରିବ । ଘରୋଇ ସଂସ୍ଥା ଯଦି ଚାହିଁବେ , ଏହି ନିୟମ ଲାଗୁ କରିପାରିବେ, ହେଲେ ଏ ସମ୍ପର୍କରେ ସେ ନିଜସ୍ୱ ନିଷ୍ପତ୍ତି ନେଇ ପାରିବେ । କେବଳ ଏତିକି ନୁହେଁ, ପୂଜା ପାର୍ବଣ ପୂର୍ବରୁ ସରକାର କର୍ମଚାରୀଙ୍କୁ ସୁଧମୁକ୍ତ ୧୦,୦୦୦ ଟଙ୍କାର ସହାୟତା ମଧ୍ୟ ଦେବେ ବୋଲି ଘୋଷଣା କରିଛନ୍ତି । ଏହି ଅଗ୍ରୀମ ଟଙ୍କାକୁ ୧୦ଟି କିସ୍ତିରେ ସରକାର ପରବର୍ତ୍ତୀ ସମୟରେ ନେବେ ବୋଲି ସୂଚନା ଦିଆଯାଇଛି ।

 

Leave a Reply