ଫାଶୀରୁ ବର୍ତ୍ତିବାକୁ ଶେଷ ପ୍ରୟାସ, ଦୟା ଆବେଦନ କଲା ନିର୍ଭୟା ଦୋଷୀ ପୱନ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ଘାରୁଛି ଫାଶୀ ଭୟ । ଆସନ୍ତାକାଲି ୪ ଦୋଷୀଙ୍କୁ ତିହାର ଜେଲରେ ଏକ ସଙ୍ଗେ ଦିଆଯିବ ଫାଶୀ । ତା’ପୂର୍ବରୁ ଫାଶୀର ପଞ୍ଝାରୁ ବର୍ତ୍ତିବାକୁ ଦୋଷୀ ଖୋଜୁଛନ୍ତି ଗଳାବାଟ । ୩ ଦୋଷୀ ମୁକେଶ, ବିନୟ, ଅକ୍ଷୟଙ୍କ ପାଖରେ ସବୁ ବିକଳ୍ପ ଶେଷ ହୋଇଯାଇଛି । କ୍ୟୁରେଟିଭ୍ ପିଟିସନ ସହ ୩ ଜଣ ରାଷ୍ଟ୍ରପତିଙ୍କ ନିକଟରେ ଦୟା ଆବେଦନ କରିଥିଲେ । ଯାହାକୁ ପୂର୍ବରୁ ଖାରଜ କରି ଦେଇଥିଲେ ରାଷ୍ଟ୍ରପତି ।

ପୁଣି ନିର୍ଭୟା ଦୋଷୀଙ୍କ ପାଇଁ ଆସିଲା ଡେଥ୍ ୱାରେଣ୍ଟ, ମାର୍ଚ୍ଚ ୩ ରେ ଝୁଲିବେ

କେବଳ ବିନୟ ପାଖେ ଆଇନ୍ ଗତ ବିକଳ୍ପ ଥିଲା । ପୱନର କ୍ୟୁରେଟିଭ୍ ପିଟିସନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଫାଶୀ ଉପରେ ରହିତାଦେଶ ପାଇଁ ପୱନ କରିଥିବା ଆବେଦନ ଖାରଜ ହୋଇଛି । ବଞ୍ଚିବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଶେଷ ଗୁହାରୀ କରିଛି ପୱନ । ଦାଖଲ କରିଛି ଦୟା ଆବେଦନ ।

ପୁଣି ନିର୍ଭୟା ଦୋଷୀଙ୍କ ପାଇଁ ଆସିଲା ଡେଥ୍ ୱାରେଣ୍ଟ, ମାର୍ଚ୍ଚ ୩ ରେ ଝୁଲିବେ

ଫଳରେ ଆସନ୍ତାକାଲି ସକାଳ ୬ଟାରେ ୪ ଦୋଷୀଙ୍କୁ ଫାଶୀ ହେବ କି ନାହିଁ ତାହା ଅନିଶ୍ଚିତତା ମଧ୍ୟରେ ରହିଛି । ଗତ ୧୭ ତାରିଖରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ମାର୍ଚ୍ଚ ୩ରେ ୪ ଜଣଙ୍କୁ ଏକାସାଙ୍ଗରେ ଫାଶୀ ଦେବାକୁ ଡେଥ୍ ୱାରେଣ୍ଟ ଜାରି କରିଥିଲେ । ତାହା ପୂର୍ବରୁ କୋର୍ଟ ଦୁଇ ଦୁଇ ଥର ଡେଥ୍ ୱାରେଣ୍ଟ ଜାରି କରିଥିଲେ ମଧ୍ୟ ଦୋଷୀ ଆଇନରେ ଥିବା ଗଳାବାଟର ଆଶ୍ରୟ ନେଇଥିବାରୁ ଫାଶୀ ସମ୍ଭବ ହୋଇନଥିଲା ।

ତିହାର ଜେଲରେ ନିର୍ଭୟା ଦୋଷୀଙ୍କ ଆତ୍ମହତ୍ୟା ଉଦ୍ୟମ

Leave a Reply