ବିଧାନସଭା ମୌସୁମୀ ଅଧିବେଶନ , ଏହି ସବୁ ବିଧେୟକ ଉପରେ ରହିବ ନଜର,ଜାଣନ୍ତୁ ………

1 min read

ଭୁବନେଶ୍ୱର,  କୋଭିଡ କଟକଣାରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ଅନେକ ଦୃଷ୍ଟିରେ ଏହି ବିଧାନସଭା ଗୁରୁତ୍ୱ ବହନ କରୁଛି । ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ତଥା ଏପ୍ରିଲ ମାସରୁ ରାଜ୍ୟ ସରକାର ଆଣିଥିବା  ବିଭିନ୍ନ ଅଧ୍ୟାଦେଶକୁ ଗୃହୀତ କରାଇବେ । ଏହା ମଧ୍ୟରେ ରହିଛି ସମବାୟ ଚୁକ୍ତିଭିତ୍ତିକ କୃଷି ବିଲ୍ , ଓଡ଼ିଶା କୃଷି ଉତ୍ପାଦନ ଓ ବିପଣନ ବିଲ୍-୨୦୨୦ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଅନୁରୂପଭାବେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ମହାନଗର ନିଗମ ଆଇନ-୨୦୦୩ରେ ଆବଶ୍ୟକ ସଂଶୋଧନ କରାଯାଇ ନୂତନ ବିଲ୍ ଅଣାଯିବ  । ସେହିପରି ବିଧି ବିଭାଗର କୋର୍ଟ ଫି ଆଇନ ସଂଶୋଧନ, ଆଇନଜୀବୀଙ୍କ କଲ୍ୟାଣପାଣ୍ଠି ଆଇନ-୧୯୮୭ରେ ସଂଶୋଧନ କରାଯିବ ବୋଲି ଜଣାପଡିଛି । ଅର୍ଥ ବିଭାଗ ପକ୍ଷରୁ ଓଡ଼ିଶା ଦ୍ରବ୍ୟ ଓ ସେବା କର ଆଇନ ସଂଶୋଧନ ବିଧେୟକ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମହାମାରୀ ଆଇନ ୧୮୯୭ରେ ସଂଶୋଧନ ସମ୍ପର୍କିତ ବିଧେୟକ ଆସିବାକୁ ଯାଉଛି । ନିକଟରେ କ୍ୟାବିନେଟ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ର ସଂଶୋଧନ, ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ ଉଚ୍ଛେଦ ସମ୍ପର୍କିତ ବିଧେୟକ ଆସିବା ଏକ ପ୍ରକାର ନିଶ୍ଟିତ ବୋଲି ଜଣାପଡିଛି । ଶ୍ରମ ବିଭାଗ ପକ୍ଷରୁ ରାଜ୍ୟରେ ଲାଗୁ କରିବା ପାଇଁ ଶିଳ୍ପ ବିବାଦ ଅଧିନିୟମ-୧୯୪୭ରେ ଆବଶ୍ୟକ ସଂଶୋଧନ କରାଯିବ ।

 

ଉଲ୍ଲେଖଯୋଗ୍ୟ, ଆସନ୍ତା ୨୯ରୁ ଆରମ୍ଭ ହେବାକୁ ଏହି ମୌସୁମୀ ଅଧିବେଶନରେ ୧୪୫ ଜଣ ବିଧାୟକ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଗୃହର ସଦସ୍ୟ ଥିବା ମଦନ ମୋହନ ଦତ୍ତ(ବାଲେଶ୍ୱର ସଦର) ଏବଂ ବିଷ୍ଣୁ ଚରଣ ଦାସ(ତିର୍ତ୍ତୋଲ)ଙ୍କ ପରଲୋକ ହୋଇଛି । ତେଣୁ ସେମାନେ ପ୍ରତିନିଧିତ୍ୱ କରୁଥିବା ଆସନ ଖାଲି ରହିଛି ।

 

Leave a Reply