ପେଟରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆକୁ ସଫା କରିବେ କେମିତି ?

ଆମ ପେଟରେ ଅନେକ ପ୍ରକାରର କୀଟ ଅଛନ୍ତି । ଯେଉଁମାନେ କି ଆମ ଶରୀର ପାଇଁ ଲାଭଦାୟକ । ଏଥିରେ ଏମିତି କିଛି କୀଟ ଥାନ୍ତି ଯେଉଁମାନେ କି ସ୍ୱାସ୍ଥ୍ୟକୁ ବହୁତ ଖରାପ କରିଦିଅନ୍ତି । ଏମାନଙ୍କୁ ପେଟରୁ ସଫା କରିବା ନିତ୍ୟାନ୍ତ ଆବଶ୍ୟକ । ଦୀର୍ଘ ସମୟ ଧରି ପେଟରେ କୀଟାଣୁ ରହିଲେ ପାଟିକୁ ବାରମ୍ବାର ଛେପ ଆସିଥାଏ । ଆସନ୍ତୁ ଜାଣିବା ଘରୋଇ ଉପଚାରରେ ପେଟରେ ଥିବା କ୍ଷତିକାରକ କୀଟାଣକୁ କେମିତି ମାରିବା ?

ପେଟରେ କେଉଁ ବ୍ୟାକ୍ଟେରିଆ ଥାଏ ?

ମଣିଷ ଶରୀରର ପେଟରେ ମୁଖ୍ୟତଃ ଫର୍ମିକ୍ୟୁଟ୍, ବେକ୍ଟେରାଇଡ, ଏକ୍ଟିନୋବ୍ୟାକ୍ଟେରିଆ ଓ ପ୍ରୋଟୋବ୍ୟାକ୍ଟେରିଆ ରହିଥାଏ । ଏମାନେ ପେଟରେ ଥିଲେ ଭଲ ବା ଲାଭଦାୟକ ମନାଯାଏ । ଏଥିସହ ପେଟରେ କିଛି କ୍ଷତିକାରକ ପୈରାସାଇଟ୍ସ ମିଳିଥାଏ । ଯାହାକି ହଜମ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଇ ଥାଏ । ଏବଂ ଶରୀରରେ ଥିବା ଜରୁରୀ ପୋଷକ ତତ୍ତ୍ୱକୁ ଏହା ଖାଇ ନଷ୍ଟ କରିଦିଏ । ଏଥିପାଇଁ ଶରୀରରେ ରୋଗ ଆଶଙ୍କା ବଢ଼ି ଯାଇଥାଏ ।

ଘରୋଇ ଉପଚାର

ପେଟରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆକୁ ମାରିବା ପାଇଁ ଘରୋଇ ଉପଚାର ହେଉଛି ଲେମ୍ବୁ । ଲେମ୍ବୁ ଏପରି ଏକ ଖାଦ୍ୟ ପଦାର୍ଥ ଯାହା ବଜାରର ସହଜରେ ମିଳିଯାଏ । ଏବଂ ଏହାକୁ ନିୟମିତ ଖାଦ୍ୟରେ ସାମିଲ କରିହେବ । ଏହା ପୁଷ୍ଟିକର ହୋଇଥିବା ବେଳେ ଏଥିରେ ଭିଟାମିନ୍ ସି ସହିତ ସିଟ୍ରିକ୍ ଏସିଡ୍ ରହିଛି । ତେଣୁ, ଏହା ଖାଇଲେ ପେଟରେ ଥିବା ଖରାପ ବ୍ୟାକ୍ଟେରିଆ ମରିଯାଏ ।

ଲେମ୍ବୁ କେମିତି କାମ କରେ ?

ପେଟରେ ଥିବା ଖରାପ ବ୍ୟାକ୍ଟେରିଆକୁ ମାରିବା ପାଇଁ ପ୍ରଥମେ ଲେମ୍ବୁକୁ ଭଲ ଭାବେ କାଟି ରସକୁ ବାହାର କରିଦିଅନ୍ତୁ । ଗୋଟିଏ ଗ୍ଲାସ୍ ପାଣି ସହ ଲେମ୍ବୁ ରସ ମିଶାଇ ଲୁଣ ପକାଇ ଗୋଳାଇ ଦେଇ ପିଅନ୍ତୁ । ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଓ ସିଟ୍ରିକ୍ ଏସିଡ୍ ସକ୍ରିୟ ଭାବେ କାର୍ଯ୍ୟ କରିବେ । ଏପରି ସପ୍ତାହରେ ଏହାକୁ ୨ ଥର ପିଅନ୍ତୁ । ଆପଣଙ୍କୁ ଏହାର ସକରାତ୍ମକ ପ୍ରଭାବ ମିଳିବ ଆଉ ଥକ୍କା ବା ଦୁର୍ବଳ ଅନୁଭବ କରିବେ ନାହିଁ ।

Leave a Reply