ସ୍ୱାସ୍ଥ୍ୟକେନ୍ଦ୍ରରେ ଲଗାଇଲେ ଗଛ, ଅସହାୟକୁ କଲେ ସହାୟତା

1 min read

ନିମାପଡା: ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିମାପଡା ପରିସରରେ ଯୁବ ବିକାଶ ପରିଷଦର ବୃକ୍ଷରୋପଣ କାର୍ଯ୍ୟକ୍ରମ । ପରିବେଶ ସୁରକ୍ଷା ଏବଂ ସ୍ୱଚ୍ଛତାକୁ ସଂକଳ୍ପ ଭାବେ ଗ୍ରହଣ କରିଥିବା ଉକ୍ତ ସାମାଜିକ ଅନୁଷ୍ଠାନ ପୁନର୍ବାର ପ୍ରମାଣିତ କରିଛି । ଯେଉଁଥିପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ନିମାପଡ଼ା ପକ୍ଷରୁ ଅନୁଷ୍ଠାନକୁ ଭବ୍ୟ ସମ୍ବର୍ଦ୍ଧନା ସାଙ୍ଗକୁ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଛି । ସେହିପରି ନିମାପଡା NAC ଅନ୍ତ୍ରର୍ଗତ ପାଟପୁର ମଲ୍ଲିକ ସାହିର ଲକ୍ଷ୍ମୀଧର ମଲ୍ଲିକଙ୍କୁ ଚିକିତ୍ସା ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି ।

ଆର୍ଥିକ ଆଭାବ ଯୋଗୁଁ ନିଜର ଚିକିତ୍ସା କରିନପାରି, ଶଯ୍ୟାଶାୟୀ ପାଲଟିଛନ୍ତି ଅଭାବୀ ଲକ୍ଷ୍ମୀକାନ୍ତ । ସେପଟେ ତାଙ୍କର ଅସ୍ତ୍ରୋପ୍ରଚାର ଆବଶ୍ୟକ ରହିଥିବା ବେଳେ ବାଧକ ସାଜିଛି ଅର୍ଥ । ଏବିଷୟରେ ଯୁବ ବିକାଶ ପରିଷଦ ଅବଗତ ହେବା ପରେ ଲକ୍ଷ୍ମୀକାନ୍ତଙ୍କ ଘରେ ଅନୁଷ୍ଠାନର ସଦସ୍ୟ ପହଁଚି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଆଗକୁ ମଧ୍ୟ ସାଧ୍ୟ ମୁତାବକ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଛି ଯୁବ ବିକାଶ ପରିଷଦ ।

ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିମାପଡ଼ାର କର୍ତ୍ତୃପକ୍ଷ ଆଇ. ତ୍ରିନାଥ ପାତ୍ର ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରିଛନ୍ତି । ନିମାପଡା କ୍ରୀଡା ସଂଘ ସଭାପତି ଜିବନାନନ୍ଦ ମହାପାତ୍ର ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ସାହୁ, ଚନ୍ଦ୍ରକାନ୍ତ ବରାଳ, ବିକାଶ ଚନ୍ଦ୍ର ବାରିକ, ବ୍ରହ୍ନାନନ୍ଦ ସାହୁ, ସାନ୍ତୁନ ନନ୍ଦ, ଆଦର୍ଶ ଦାସ, ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave a Reply