ଲକଡାଉନରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅର ବାହାଘର

ବେଙ୍ଗଳୁରୁ: ଦେଶରେ ତାଲାବନ୍ଦ । ବାହା ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀଙ୍କ ପୁଅ ନିଖିଳଙ୍କ ବାହାଘର ହେବାକୁ ଯାଉଛି । ତା’ପୁଣି ଲକଡାଉନରେ । ଆସନ୍ତା ୧୭ ତାରିଖରେ ନିଡ଼ାମ୍ବର ଭାବେ ନିଖିଳଙ୍କ ବାହଘର ହେବ । ପୂର୍ବରୁ ଫିଲ୍ମରେ ଅଭିନୟ କରି ସାରିଥିବା ନିଖିଳି ଏବେ ଯୁବ ଜନତା ଦଳ (ଜେଡିଏସ୍)ର ଅଧ୍ୟକ୍ଷ ଅଛନ୍ତି । ତାଙ୍କ  ବାହାଘର ଖୁବ୍ ସାଧାରଣ ଭାବେ ହେବ ।

ଲକଡାଉନ୍ ଯୋଗୁଁ ବାହାଘର ୧୦ରୁ ୧୫ ଜଣ ଲୋକଙ୍କୁ ନେଇ ହେବ ବୋଲି କୁହାଯାଉଛି । ଯେଉଁଥିରେ ପୁଅ ଓ ଝିଅ ପରିବାରର ୧୦ରୁ ୧୫ ଜଣ ଉପସ୍ଥିତ ରହିବେ । ବିବାହ ଏକ ଫାର୍ମ ହାଉସରେ ହେବ ବୋଲି ଜଣାପଡ଼ିଛି । ଲକଡାଉନ୍ ପୂର୍ବରୁ କୁମାରସ୍ୱାମୀଙ୍କ ପରିବାର ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ବିବାହ ମଣ୍ଡପ ବି ବୁକିଂ ସରିଥିଲା । ଯେଉଁଥିରେ କୁମାରସ୍ୱାମୀଙ୍କ ପତ୍ନ ଅନୀତାଙ୍କ ନିର୍ବାଚନ ମଣ୍ଡଳିର ପ୍ରତିନିଧିଙ୍କ ସମେତ କିଛି ସାମିଲ୍ ହୋଇଥାନ୍ତେ ।

କିନ୍ତୁ, ବର୍ତ୍ତମାନ ପରିସ୍ଥିତି ସାମନ୍ୟ ନଥିବାରୁ ସ୍ଥିତି ଠିକ୍ ହେଲେ ସର୍ବସାଧାରଣଙ୍କ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କୁମାରସ୍ୱାମୀ ସୂଚନା ଦେଇଛନ୍ତି । ଫଳରେ ଶୁଭଚିନ୍ତକ ମାନେ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇପାରିବେ ।

 

Leave a Reply