ଇସ୍ରୋର ଗଗନୟାନ ମିଶନ ଟ୍ରେନିଂ ସାରିଲେ ଓଡ଼ିଆ ପାଇଲଟ୍ ନିଖିଲ ରଥ

ଭୁବନେଶ୍ୱର : ଓଡ଼ିଆ ପାଇଲଟ୍ ତଥା ବାୟୁସେନାର ୱିଙ୍ଗ୍ କମାଣ୍ଡର ନିଖିଲ ରଥ ଭାରତର ପ୍ରଥମ ମାନବ ଚାଳିତ ମହାକାଶ ମିଶନ ଗଗନୟାନ୍ ୨୦୨୨ ଲାଗି ନିଜ ଟ୍ରେନିଂ ଶେଷ କରିଛନ୍ତି । ଋଷରେ ସେ ତାଙ୍କ ପ୍ରଶିକ୍ଷଣ ଶେଷ କରିଥିବା ଜଣା ପଡିଛି ।  ସେପ୍ଟେମ୍ବର ୨୦୧୯ରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ୱିଙ୍ଗ୍ କମାଣ୍ଡର ନିଖିଲ ରଥଙ୍କ ସମେତ ୨୫ ଜଣଙ୍କୁ ଟ୍ରେନିଂ ପାଇଁ ସର୍ଟ ଲିଷ୍ଟ୍ କରିଥିଲା । ସେମାନଙ୍କୁ ଋଷରେ ପ୍ରଶିକ୍ଷଣ ଦିଆଯାଉଥିଲା ।

ନିଖିଲଙ୍କ ଘର ବଲାଙ୍ଗିର । ସେ ଭାରତୀୟ ବାୟୁସେନାରେ କାର୍ଯ କରୁଛନ୍ତି ।  ୨୦୨୨ରେ ଇସ୍ରୋ ମିଶନ ଗଗନୟାନ୍ ଲଂଚ୍ କରିବ ।  ଯେଉଁଥିରେ ଇସ୍ରୋ ତିନି ଜଣ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବ । ଏହା ଭାରତରେ ପ୍ରଥମ ମାନବ ଚାଳିତ ମହାକାଶ ମିଶନ ହେବ ।

ରିପୋର୍ଟ ଅନୁସାରେ ମହାକାଶଚାରୀ ମାନେ ୩୦୦ରୁ ୪୦୦ କିଲୋମିଟର ଉଚ୍ଚତାରେ ଉଡାଣ ଭରିବେ । ମହାକାଶରେ ସେମାନେ ୭ ଦିନ ପର୍ଯ୍ୟନ୍ତ ରହିବେ । ଏହି ମିଶନ ପାଇଁ ଇସ୍ରୋ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବ ।

୨୦୨୨ରେ ଏହି ମିଶନ ସଫଳ ହେଲେ ଭାରତ ଚତୁର୍ଥ ଦେଶ ହେବ ଯିଏ ମହାକାଶକୁ ନିଜ ମହାକାଶଚାରୀ ପଠାଇବ । ପୂର୍ବରୁ ଆମେରିକା,ଚୀନ୍ ଓ ଋଷ ହିଁ ମହାକାଶକୁ ନିଜ ମହାକାଶଚାରୀଙ୍କୁ ପଠାଇ ପାରିଛନ୍ତି ।

Leave a Reply