୪ ସହରରେ ରାତ୍ରିକାଳୀନ କର୍ଫ୍ୟୁ: ରାତି ୧୧ରୁ ସକାଳ ୬ ଯାଏଁ କଟକଣା ଲାଗୁ

1 min read

ଗାନ୍ଧୀନଗର: ଗୁଜୁରାଟ୍ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ରାଜ୍ୟର ୪ ସହରରେ ନାଇଟ କର୍ଫ୍ୟୁ ବଳବତ୍ତର ରଖିଲେ ରାଜ୍ୟ ପ୍ରଶାସନ । ଆସନ୍ତା ଫେବୃୟାରୀ ୧୫ ଯାଏଁ ଗୁଜୁରାଟ ଅହମ୍ମଦାବାଦ, ସୁରଟ, ଭରୋଦରା ଓ ରାଜକୋଟରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିଥିବା ବେଳେ ଏଥିରେ ୧ ଘଣ୍ଟା ହ୍ରାସ କରାଯାଇଛି । ପୂର୍ବରୁ ରାତି ୧୦ଟାରୁ ସକାଳ ୬ ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଏବେ ଏଥିରେ ୧ ଘଣ୍ଟା ହ୍ରାସ କରାଯାଇ ରାତି ୧୦ଟାରୁ ସକାଳ ୬ ଯାଏଁ ଏହି କର୍ଫ୍ୟୁ ଲାଗୁ କରାଯାଇଛି । ସମ୍ପୃକ୍ତ ସହରଗୁଡ଼ିକରେ କରୋନା ସଂକ୍ରମଣର ସଂଖ୍ୟାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଗୁଜୁରାଟ୍ ଅତିରିକ୍ତ ମୁଖ୍ୟ ସଚିବ ପଙ୍କଜ କୁମାର କହିଛନ୍ତି ଯେ, କୋଭିଡ-୧୯ ସୁସ୍ଥ ହାର ୯୬.୯୪ ପ୍ରତିଶତ ରହିଛି, କିନ୍ତୁ ଏହାକୁ ରୋକିବା ବା ସମ୍ପୂର୍ଣ୍ଣ ବିଲୋପ କରିବା ପାଇଁ ଆମକୁ ସତର୍କ ଓ ସଜାଗ ରହିବା ଉଚିତ୍ । ସେଥିପାଇଁ କିଛି ରଣନୀତି ଅବଲମ୍ୱନ କରିବାର ଆବଶ୍ୟକତା ରହିଛି । ପୂର୍ବରୁ ଗୁଜୁରାଟ୍ ସରକାର ରାଜ୍ୟରେ ବିବାହସ୍ଥଳରେ ନିମନ୍ତ୍ରିତ ଅତିଥିଙ୍କ ସଂଖ୍ୟା ୧୦୦ରୁ ୨୦୦କୁ ବୃଦ୍ଧି କରାଯାଇଛି । ଏହାଛଡ଼ା ବଡ଼ ଧରଣର ସମାବେଶ, ବିବାହସ୍ଥଳୀ, ପୂଜାପାଠସ୍ଥଳୀ, ମଲ୍, ରେଷ୍ଟୁରାଣ୍ଟ, ହୋଟେଲ, ସିନେମା ହଲ୍, ସୁଇମିଂ ପୁଲ୍‌, ଜିମ୍ନାସିୟମ୍ ପ୍ରଦର୍ଶନୀ, ବିଦ୍ୟାଳୟ ଓ କଲେଜଗୁଡ଼ିକରେ ଏସ୍ଓପି କଡ଼ାକଡ଼ି ପାଳନ କରିଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: କାହିଁକି ଫେବୃୟାରୀ ପହିଲାରେ ଉପସ୍ଥାପନ ହୁଏ ବଜେଟ୍

Leave a Reply