କରୋନା ମୃତକଙ୍କ ଶବ ସତ୍କାର ପାଇଁ ମନା କଲେ ଦିଲ୍ଲୀ ନିଗମବୋଧ ଘାଟ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୮୫କୁ ବୃଦ୍ଧି ପାଇଥିବା ବେଳେ ଶୁକ୍ରବାର ଦିଲ୍ଲୀରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । କରୋନା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ତେବେ, ବିଡ଼ମ୍ବନା ହେଉଛି ଶୁକ୍ରବାର ମୃତ୍ୟୁ ହୋଇଥିବା ମହିଳାଙ୍କ ଶେଷକୃତ୍ୟ ପାଇଁ ପ୍ରଶାସନ ମନା କରିଦେଇଛି । ମହିଳାଙ୍କ ପରିବାର ଲୋକ ଶବଦାହ ପାଇଁ ଦିଲ୍ଲୀ ନିଗମବୋଧ ଘାଟକୁ ନେଇଥିଲେ । ତେବେ, ସେଠାରେ ପ୍ରଶାସନ ଅନ୍ତିମ ସଂସ୍କାର ପାଇଁ ଅନୁମତି ଦେଇନଥିଲା ।

କରୋନା ଭାଇରସକୁ ନେଇ ମିଛ ଖବର ଦେଉଥିଲେ, ଧରାପଡ଼ି ଜେଲ ଗଲେ ଯୁବକ

ଏ ନେଇ ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ସେ ଏ ସମ୍ପର୍କରେ ଫୋନରେ ନିଗମବୋଧ ଘାଟ ମୁଖ୍ୟଙ୍କ ସହ କଥା ହୋଇଥିଲେ । ତେବେ, ସେ ସେଠାରେ ଶବଦାହ ପାଇଁ ମନା କରିବା ସହ ଅନ୍ୟତ୍ର ନେଇଯିବାକୁ କହିଥିଲେ । ପରେ ଲୋଧି ରୋଡ୍ ଶ୍ମଶାନରେ ମଧ୍ୟ ସମାନ ସ୍ଥିତି ସାମନା କରିଥିଲେ ମୃତକଙ୍କ ପରିବାର ଲୋକ । ଗଣମାଧ୍ୟମରେ ଏ ଖବର ପ୍ରସାରିତ ହେବା ପରେ ନିଗମବୋଧ ଘାଟରେ ଶେଷକୃତ୍ୟ କରାଯାଇଛି ।

ଶୁକ୍ରବାର ମହିଳା ଜଣଙ୍କ ଦିଲ୍ଲୀ ମନୋହର ଲୋହିଆ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିଲେ । ୬୯ ବର୍ଷୀୟ ମହିଳା ଜଣଙ୍କ ଡାଏବେଟିସରେ ମଧ୍ୟ ପୀଡ଼ିତ ଥିଲେ । ମହିଳାଙ୍କ ପୁଅ ନିକଟରେ ବିଦେଶରୁ ଫେରିଥିବା ଜଣାପଡ଼ିଛି । ଏହା ପୂର୍ବରୁ କର୍ଣ୍ଣାଟକର ଜଣେ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଥିଲା ।

ରଦ୍ଦ ହୋଇପାରେ ଆଇପିଏଲ, ଶନିବାର ନିଷ୍ପତ୍ତିର ଦିନ

Leave a Reply