ଆତଙ୍କୀଙ୍କ ରାଡାରରେ ଥିଲା ରାଜଧାନୀ ଦିଲ୍ଲୀ: ୯ଜଣଙ୍କୁ ଗିରଫ କଲା ଏନ୍ଆଇଏ

1 min read

ଭୁବନେଶ୍ୱର,ବ୍ୟୁରୋ: ଟାର୍ଗେଟରେ ଥିଲା ଦେଶର ରାଜଧାନୀ ଦିଲ୍ଲୀ  । ବଡ ଅଘଟଣ କରିବା ପୂର୍ବରୁ ଗିରଫ ହେଲେ ଅଲ- କାଏଦା ଆତଙ୍କବାଦୀର ନଅ ଜଣ ଆତଙ୍କୀ  । କେରଳ ଓ ପଶ୍ଚିମବଙ୍ଗରୁ ଏମାନଙ୍କୁ ଗିରଫ କରିଛି ଏନଆଇଏ  । ଶ୍ରମିକଭାବେ ଲୁଚି ରହି କାମ କରୁଥିବା ଏହି ଦେଶଦ୍ରୋହୀଙ୍କଠୁ ଜବତ ହୋଇଛି ଅନେକ ବିସ୍ଫୋରକ ସାମଗ୍ରୀ  । ପାକିସ୍ତାନର ନିର୍ଦ୍ଦେଶରେ ଏମାନେ ଏଠି ହମଲା କରିବାକୁ ଯୋଜନା କରୁଥିଲେ ବୋଲି ଏନଆଇଏ ସୂଚନା ଦେଇଛି  ।

ଆତଙ୍କ ପୂର୍ବରୁ ଆତଙ୍କୀ ଗିରଫ  । ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ । ଆତଙ୍କୀଙ୍କ ରାଡାରରେ ଥିଲା ରାଜଧାନୀ ଦିଲ୍ଲୀ ।  9 ଜଣ ଆତଙ୍କବାଦୀଙ୍କୁ ଗିରଫ କଲା ଏନଆଇଏ ।  ଦେଶର ରାଜଧାନୀ ଦିଲ୍ଲୀର ରକ୍ତର ହୋଲି ଖେଳିବା ପୂର୍ବରୁ କୁଖାତ୍ୟ ଆତଙ୍କବାଦୀ ସଙ୍ଗଠନ ଅଲ- କାଏଦାର ବଡ ବ୍ଲୁପ୍ରିଣ୍ଟ ଫେଲ୍ ମାରିଛି ।   ଦେଶ ଭିତରେ ରହି ପାକିସ୍ତାନର ବୋଲରେ କଣ୍ଢେଇ ସାଜିଥିବା 9 ଜଣ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ଏନଆଇଏ ।  ପଶ୍ଚିମବଙ୍ଗ ଓ କେରଳରୁ ଏମାନଙ୍କୁ ଗିରଫ କରାଯାଇଛି ।

ଦେଶ ଭିତରେ ଆତଙ୍କବାଦୀ ସକ୍ରିୟ ଥିବା ନେଇ ଗୁଇନ୍ଦା ବିଭାଗ ଏନଆଇଏକୁ ସୂଚନା ଦେବା ପରେ, ଆତଙ୍କବାଦୀଙ୍କୁ ଧରିବାକୁ ଏନଆଇଏ ଆରମ୍ଭ କରିଥିଲା ସର୍ଚ୍ଚ ଅପରେସନ । କେରଳର ଏର୍ଣ୍ଣାକୁଲମରୁ 3 ଓ ପଶ୍ଚିମବଙ୍ଗ ମୁର୍ଶିଦାବାଦରୁ 6 ଜଣଙ୍କୁ ଗିରଫ କରାଯାଇଛି ।  ଗିରଫ ଆତଙ୍କବାଦୀଙ୍କ ନିକଟରୁ ଅନେକ ମାରଣାସ୍ତ୍ର ଜବତ ହୋଇଛି । ଡ଼ିଜିଟାଲ ସାମଗ୍ରୀ, ବନ୍ଧୁକ, ଅସ୍ତ୍ରଶସ୍ତ୍ର, ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଗିରଫ ହୋଇଥବା ଆତଙ୍କବାଦୀମାନେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଏର୍ଣ୍ଣାକୁଲମରୁ ଗିରଫ ହୋଇଥିବା ୩ ଜଣ ହେଲେ ମୁରସିଦ ହସନ, ୟାକୁବ ବିଶ୍ବାସ ଏବଂ ମୋସରାଫ ହୋସେନ । ଏମାନେ ପଶ୍ଚିମବଙ୍ଗର ମୂଳବାସିନ୍ଦା ବୋଲି କେରଳ ପୋଲିସ କହିଛି ।  ଏହି ଆତଙ୍କବାଦୀମାନେ କାଶ୍ମୀରକୁ ହତିଆର ଚାଲାଣ କରିବା ପାଇଁ ରଣନୀତି ଆରମ୍ଭ କରିଥିଲେ, ଏମାନଙ୍କୁ ପାକିସ୍ତାନର ହ୍ୟାଣ୍ଡେଲର ବ୍ୟବହାର କରୁଥିଲେ । ତେବେ ବଡ ଅଘଟଣ ଘଟାଇବା ପୂର୍ବରୁ ଏମାନଙ୍କୁ ଗିରଫ କରାଯାଇଛି  । ଏନଆଇଏ ଗିରଫ ସମସ୍ତ ଆତଙ୍କବାଦୀଙ୍କୁ ରିମାଣ୍ଡରେ ନେଇ ଅଧିକ ଖୋଳତାଡ କରିବ ।

Leave a Reply