ଗଞ୍ଜାମରେ କମିଛି ସଂକ୍ରମିତଙ୍କ ସଂଖ୍ୟା: ଆବଶ୍ୟକସ୍ଥଳେ ଦୈନିକ ୨୦ ହଜାର ଟେଷ୍ଟିଂ କରାଯାଉଛି

ଭୁବନେଶ୍ୱର: ଗତ ୪ ମାସ  ମଧ୍ୟରେ ରାଜ୍ୟରେ ଟେଷ୍ଟିଂ ପରିମାଣ ବଢ଼ିଛି । ଏଯାବତ୍ ରାଜ୍ୟରେ ମୋଟ୍ ୫ ଲକ୍ଷ କରୋନା ଟେଷ୍ଟିଂ ହୋଇସାରିଛି ।  ପ୍ରଥମ ୧ ଲକ୍ଷ କରୋନା ଟେଷ୍ଟିଂ ପାଇଁ ପାଇଁ ୧୦ ସପ୍ତାହ ଲାଗିଥିଲା ତେବେ ଶେଷ ୧ ଲକ୍ଷ ଟେଷ୍ଟିଂ ମାତ୍ର ୧୦ ଦିନ ମଧ୍ୟରେ ସମ୍ଭବ ହୋଇପାରିଥିଲା । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ଏବଂ କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ଯୋଗୁଁ ଏହି ସଫଳତା ହାସଲ କରିପାରିଛୁ ବୋଳି କହିଛନ୍ତି ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ କୋଭିଡ ଟେଷ୍ଟିଂ ଚାଲିଛି । ୩୫ ସରକାରୀ ଓ ୯ଟି ଘରୋଇ ଲାବ୍ରୋଟାରୀ ପରୀକ୍ଷା ଚାଲିଛି । ବିଭିନ୍ନ ମାଧ୍ୟମରେ ଆମର ଟେଷ୍ଟିଂ ଚାଲିଛି । ଏଭଳି କି ମୋବାଇଲ ଲାବ୍ରେଟାରୀରେ ମଧ୍ୟ ଟେଷ୍ଟିଂ କରାଯାଉଛି । ଟେଷ୍ଟିଂ ବଢ଼ୁଛି ଏଣୁ ସଂକ୍ରମିତଙ୍କ ସଂଖ୍ୟା ଚିହ୍ନଟ ହେଉଛନ୍ତି । ଯେତେଶୀଘ୍ର ପଜିଟିଭ୍‌ ରୋଗୀଙ୍କୁ ଚିହ୍ନଟ କରାଯାଇ ପାରିବ ଅନ୍ୟକୁ ସଂକ୍ରମିତ ହେବାରୁ ରୋକାଯାଇପାରିବ । ଏହି ପ୍ରକ୍ରିୟା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ପଜିଟିଭ୍ ସଂକ୍ରମିତଙ୍କ ସଂଖ୍ୟା ଏଣିକି କମିବାରେ ଲାଗିଛି । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରହିବା । ଏବଂ ଲକ୍ଷଣ ଦେଖାଗଲେ ଟେଷ୍ଟିଂ କରାଇବାକୁ ପରାମର୍ଶ ଦେଇଛନ୍ତି ଶଳିନୀ ପଣ୍ଡିତ ।

ଭିନ୍ନ ଭିନ୍ନ ଲ୍ୟାବ୍‌ରେ ରିପୋର୍ଟ କାହିଁକି ଭିନ୍ନ ଆସେ?

ସାଧାରଣତଃ କିଛି ଲୋକଙ୍କ ଅଭିଯୋଗ ରହିଛି ଯେ, ଗୋଟିଏ ଲାବ୍ରୋଟାରୀରେ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ  ଅନ୍ୟ ଏକ ଲ୍ୟାବ୍‌ରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଏଣୁ ଲୋକଙ୍କ ଧାରଣା ରିପୋର୍ଟ ଭୁଲ୍ ରହିଛି । ଯାହାର ଉତ୍ତର ରଖିଛନ୍ତି ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ସେ କହିଛନ୍ତି, ଟେଷ୍ଟିଂ କରିବା ସମୟରେ ଆପଣ ଶରୀରରେ ଭାଇରସ୍ ନଥିବାରୁ ନେଗେଟିଭ୍ ଚିହ୍ନଟ ହୋଇଥାନ୍ତି । କିନ୍ତୁ କିଛି ଦିନ ବ୍ୟବଧାନରେ ଆପଣଙ୍କ ଦେହରେ ଭାଇସର ସକ୍ରିୟ ହୋଇଥିବା ଯୋଗୁଁ ପଜିଟିଭ୍ ଚହ୍ନଟ ହୋଇଥାନ୍ତି । ସେ ଆହୁରୀ କହିଛନ୍ତି ଯେ, ଯେତେବେଳେ ଆମ ଶରୀରରେ ଭାଇରସ ପ୍ରବେଶ କରେ ସେତେବେଳେ ଟେଷ୍ଟିଂ କଲେ ଜଣାପଡ଼େନାହିଁ, ଏଥିଲାଗି ୪ରୁ ୫ ଦିନ ସମୟ ଲାଗେ । ଏଥିରେ ଲାବ୍ରୋଟାରୀ କୌଣସି ଭୁଲ ନାହିଁ ।

ବର୍ତ୍ତମାନ ୨୮ ଜଣ ଡୋନର ପ୍ଳାଜ୍‌ମା ଦେଇଛନ୍ତି । ୩୩ ଜଣ ରୋଗୀଙ୍କୁ ପ୍ଳାଜ୍‌ମା ଦିଆଯାଇଛି । ୨୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି ।  ସେମାନଙ୍କ ମଧ୍ୟରୁ ୮ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି ।

କୋଭିଡ ଭ୍ୟାକ୍ସିନ୍ ଶୀଘ୍ର ବାହାରିବ ସେତେବେଳେ ଯାଏଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ । ସେବେ ଯାଏଁ, ଆମକୁ ସାମାଜିକ ଟିକାକୁ ବ୍ୟବହାର କରିବାକୁ ପଡ଼ିବ । ଅର୍ଥାତ ସାମାଜିକ ଦୂରତ୍ୱ ରକ୍ଷା କରିବା, ମାସ୍କ ବ୍ୟବହାର କରିବା ଓ ବାରମ୍ୱାର ହାତ ଧୋଇବା ।

Leave a Reply