ନ୍ୟୁଜ୍ ଆଙ୍କର ପ୍ରିୟା ଜୁନେଜାଙ୍କ ଆତ୍ମହତ୍ୟା,କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ: ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲରେ ଆଙ୍କର ଭାବେ କାର୍ଯ୍ୟରତ ପ୍ରିୟା ଜୁନେଜା ଆତ୍ମହତ୍ୟା କରିଛନ୍ତି । ସେ କେଉଁଥିପାଇଁ ଆତ୍ମହତ୍ୟା କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।  ପୂର୍ବ ଦିଲ୍ଲୀର ୱେଲକମ ଏରିଆରେ ରହୁଥିବା ପ୍ରିୟା ଆଜି ସକାଳେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପ୍ରିୟାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ପ୍ରିୟାଙ୍କ ମୃତ୍ୟୁ ନେଇ ତାଙ୍କ ସହକର୍ମୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି ।

priya juneja
ପ୍ରିୟାଙ୍କୁ ଜାଣିଥିବା ବ୍ୟକ୍ତି ଓ ତାଙ୍କ ସହକର୍ମୀ ତାଙ୍କର ଏଭଳି ପଦକ୍ଷେପକୁ ବିଶ୍ୱାସ କରି ପାରୁନାହନ୍ତି । ପ୍ରିୟା ବେସ ଖୁସମିଜାଜର ଥିଲେ ବୋଲି ତାଙ୍କ ସହକର୍ମୀ ମାନେ କୁହାନ୍ତି । ତାଙ୍କ ଟ୍ୱିଟର ଆକାଉଣ୍ଟରେ ଷ୍ଟାଟସ ରହିଛି ବି ପଜିଟିଭ୍ । ଷ୍ଟାଟସରୁ ସେ ଜୀବନକୁ ନେଇ କେତେ ସକରାତ୍ମକ ଥିଲେ ତାହା ଅନୁମାନ କରାଯାଇ ପାରେ । ଏମିତିରେ ସେ କ’ଣ ପାଇଁ ଆତ୍ମହତ୍ୟାର ପଥ ବାଛିଲେ ତାକୁ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଉଛି ।

Leave a Reply