ଖୋଲିଲା ସିନେମା ହଲ୍, “ଗୋଲମାଲ ଏଗେନ୍” ସହ ଆରମ୍ଭ ହେବ ସୋ’

1 min read

ନୂଆଦିଲ୍ଲୀ: ବିଶ୍ୱବ୍ୟାପି କରୋନା ପାଇଁ ବିଭିନ୍ନ ଦେଶରେ ସିନେମାହଲ୍ ବନ୍ଦ ରହିଥିଲା ​​। ଭାରତ ଭଳି ଅନ୍ୟ ଦେଶ ମଧ୍ୟ ଧୀରେ ଧୀରେ ଏହି ରୋଗ ମୁକ୍ତ ହେବାକୁ ଚେଷ୍ଟା ଚଲାଇଛନ୍ତି। କିଛି ସ୍ଥାନରେ ଲୋକେ ଅଫିସ୍, ବଜାର, ମଲ୍ ଯିବା ଆରମ୍ଭ କରିଛନ୍ତି । ଏହି ସମୟରେ, ଏକ ଖୁସି ଖବର ମଧ୍ୟ  ଆସିଛି । ନ୍ୟୁଜିଲ୍ୟାଣ୍ଡ ବର୍ତ୍ତମାନ କରୋନା ମୁକ୍ତ ହୋଇଥିବାରୁ ଏଠାରେ ସିନେମା ହଲ୍ ଖୋଲାଯିବାର ନିଷ୍ପତ୍ତି ନିଆଯାଇଛି ।

ବିଶେଷ କଥା ହେଉଛି, ନ୍ୟୁଜିଲ୍ୟାଣ୍ଡରେ ସିନେମା ହଲରେ ପ୍ରଥମେ ବଲିଉଡ ଅଭିନେତା ଅଜୟ ଦେବଗାନଙ୍କ ଫିଲ୍ମ ‘ଗୋଲମାଲ ଏଗେନ୍’ ରୁ ଆରମ୍ଭ ହେବ। ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଟ୍ୱିଟ୍ କରି ଏହି ସୂଚନା ଦେଇଛି। ଫିଲ୍ମର ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ମଧ୍ୟ ନ୍ୟୁଜିଲ୍ୟାଣ୍ଡରେ ମଲ୍ଟି ଷ୍ଟାରର ଫିଲ୍ମ ‘ଗୋଲମାଲ ଏଗେନ୍’ ରିଲିଜ ବିଷୟରେ ସୂଚନା ଦେଇଛନ୍ତି। ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଟ୍ୱିଟ୍ କରି କହିଛି ଯେ, କିୱିଜ୍ ଥିଏଟରକୁ ଫେରୁଛନ୍ତି ଏବଂ କୋଭିଡ ପରେ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

ଏହି ନୂତନ ଆରମ୍ଭ ପାଇଁ ସେ ଚିୟର୍ସ ମଧ୍ୟ କରିଛନ୍ତି ।  ଅପରପକ୍ଷରେ ରୋହିତ ଶେଟ୍ଟୀ ଏହି ବିଷୟରେ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ନ୍ୟୁଜିଲାଣ୍ଡ ସରକାର ଗୋଲମାଲ ଏଗେନ୍ କୁ ପୁଣି ଥରେ ରିଲିଜ କରିବାର ନିଷ୍ପତ୍ତି ନେଇଛନ୍ତି । କରୋନା ଯୁଦ୍ଧ ଲଢିବା ପରେ ପ୍ରଥମ ଥର ହିନ୍ଦି ଚଳଚ୍ଚିତ୍ର ରିଲିଜ ହେବ । ଆସନ୍ତା କାଲି ତଥା ଜୁନ ୨୫ ତାରିଖରେ ନ୍ୟୁଜିଲାଣ୍ଡରେ ସିନେମାହଲ୍ ଖୋଲିବ ।

ଏହି ଫିଲ୍ମରେ ଅଜୟ ଦେବଗନ୍, ଅରଶଦ ୱାରଶି, ଶ୍ରେୟାଶ ତଲପଡେ, ତୁଷାର କପୁର, କୁନାଲ ଖେମୁ, ତବୁ, ପରିନୀତି ଚୋପଡା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ରୋହିତ ଶେଟ୍ଟୀଙ୍କର ଏହି ଫିଲ୍ମ ୨୦୧୭ ମସିହାରେ ରିଲିଜ ହୋଇଥିଲା । ଏହି ଫିଲ୍ମଟି ଅଜୟ ଦେବଗନଙ୍କ କ୍ୟାରିୟରର ପ୍ରଥମ ଚଳଚ୍ଚିତ୍ର, ଯାହା ୨୦୦ କୋଟି କ୍ଲବକୁ ଯାଇଥିଲା । ୨୦୨୦ମସିହାରେ ଅଜୟ ଦେବଗାନଙ୍କ ଚଳଚ୍ଚିତ୍ର ‘ଭୁଜ- ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ ଏବଂ ମୈଦାନ ମୁକ୍ତିଲାଭ କରିବାକୁ ଯାଉଥିଲା, କିନ୍ତୁ କରୋନା ଭାଇରସ ଯୋଗୁଁ ଦୁଇଟି ଯାକ ଫିଲ୍ମ ରିଲିଜ ହୋଇ ପାରିନଥିଲା ।

Leave a Reply