ଅନଲାଇନରେ ପାଠ ପଢିବେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ଏନେଇ ଜାରି ହେଲା ଏସଓପି

1 min read

ଭୁବନେଶ୍ୱର: କରୋନା କାଳରେ ଜାରି ରହିଛି ଲକଡାଉନ । ଲକଡାଉନ୍ କାରଣରୁ ସ୍କୁଲ କଲେଜକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଫଳରେ ସାଧାରଣ ପିଲାଙ୍କ ପାଠ ପଢାରେ ସମସ୍ୟା ଉପୁଜିଛି । କିନ୍ତୁ ବିଭିନ୍ନ ସ୍କୁଲ ମାନଙ୍କରେ ଅନଲାଇନରେ ପାଠ ପଢିବାର ସୁବିଧା କରାଯାଇଛି । କିନ୍ତୁ ଦିବ୍ୟାଙ୍ଗଙ୍କ ପାଠ ପଢିବା ସମସ୍ୟାର ସମାଧାନ ହୋଇ ପାରିନଥିଲା । ତେବେ ଏନେଇ ମଧ୍ୟ ନୂଆ ପଦକ୍ଷେପ ନେଆଯାଇଛି ।

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ସ୍ୱତନ୍ତ୍ର ଭାବେ ପଢ଼ାଇବା ପାଇଁ ଏସଓପି ଜାରି କରାଯାଇଛି । ଏ ନେଇ ସବୁ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ । ପାଠ୍ୟକ୍ରମ ପ୍ରସ୍ତୁତ କରି ଇ-ଲାଇବ୍ରେରୀ ଓ ବିଭାଗୀୟ ପୋର୍ଟାଲରେ ଅପଲୋଡ଼ କରାଯିବ ।

ଏହାସହ ସ୍କୁଲ ଅଧ୍ୟକ୍ଷ ହ୍ୱାଟ୍ସଆପ ଗ୍ରୁପ କରି ଶିକ୍ଷାଦାନର ଭିଡ଼ିଓ ଅପଲୋଡ଼ କରିବେ । ଏଥି ସହ ସ୍କୁଲ ଅଧ୍ୟକ୍ଷମାନେ ପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଫୋନ ନମ୍ବର ସଂଗ୍ରହ କରି ହ୍ୱାଟ୍ସଆପ୍ ଗ୍ରୁପରେ ଯୋଡ଼ିବେ । ଦ୍ୱନ୍ଦ୍ୱ ଦୂର ପାଇଁ ସବୁ ସମୟରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଅଧ୍ୟକ୍ଷ ଫୋନରେ ଯୋଗାଯୋଗରେ ରହିବେ । ଶିକ୍ଷକମାନେ ପାଠପଢ଼ାର ଦୈନିକ ରିପୋର୍ଟ ସ୍କୁଲ ଅଧ୍ୟକ୍ଷଙ୍କୁ ପ୍ରଦାନ କରିବା ବାଧ୍ୟତାମୂଳକ । ସେମାନେ ଏହାର ସମୀକ୍ଷା କରି ଜିଲ୍ଲାପାଳମାନଙ୍କ ପାଖକୁ ପଠାଇବେ। ଜିଲ୍ଲାପାଳଙ୍କ ଜରିଆରେ ଏହା ବିଭାଗ ପାଖକୁ ପଠାଯିବ ଯାହାର ସମୀକ୍ଷା କରି ରେକର୍ଡ ଓ ଗାଇଡାନ୍ସ ପାଇଁ ବ୍ୟବହାର କରାଯିବ।

 

 

Leave a Reply