କରୋନା ଡର: ଫିଙ୍ଗର ପ୍ରିଣ୍ଟ୍ ନଦେଇ ରାସନ ନେଇ ପାରିବେ କାର୍ଡ୍ ଧାରକ

1 min read
New rules for ration card holders,

ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ରଖି ବିଭିନ୍ନ କ୍ଷେତ୍ରରେ ଅଣ୍ଟା ଭିଡ଼ୁଛନ୍ତି ସରକାର । କିଭଳି କରୋନାର ଦୃଢ ଭାବେ ମୁକାବିଲା କରିହେବ ସେ ନେଇ କେନ୍ଦ୍ରଠୁ ନେଇ ରାଜ୍ୟ ପର୍ଯ୍ୟନ୍ତ ସମେସ୍ତେ ତତ୍ପର ରହିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏନେଇ ବିଶେଷ ଦୃଷ୍ଟି ଦେଉଛନ୍ତି । କରୋନା କାଳରେ ଅର୍ଥନୀତି ଦୁର୍ବଳ ହେଉଥିବା ବେଳେ ଲକଡାଉନ୍ ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଛି ।

ଲକଡାଉନ ପାଇଁ ସବୁ ପ୍ରକାର କାର୍ଯ୍ୟ କଳାପ ଉପରେ ରୋକ ଲାଗିଛି । ଏଭଳି ପରିସ୍ଥିତି ଦିନକୁ ଦିଓଳି ଖାଇବା ମଧ୍ୟ କଷ୍ଟକର ହୋଇପଡ଼ୁଛି । ତେବେ ଏଭଳି ପରିସ୍ଥିତିରେ ରାସନକାର୍ଡଧାରୀଙ୍କୁ କିଛି ମାତ୍ରା ଆଶ୍ୱସ୍ଥି ମିଳିଛି । ଏବଂ ଏହି ରାସନକାର୍ଡଧାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଯୋଗାଣ ବିଭିଗ ଏକ ନୂଆ ପଦକ୍ଷପ ନେଇଛନ୍ତି ।

କରୋନା ସଂକଟ ବେଳେ ରାସନ କାର୍ଡଧାରୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦିଆଯାଇଛି । ଏଣିକି ଫିଙ୍ଗର ପ୍ରିଣ୍ଟ୍ ସ୍କାନର ଓ ଆଇଆରଆଇଏସ ବ୍ୟବହାର କରି  ବାୟୋମେଟ୍ରିକ୍ ମୋଡ୍ ଦ୍ୱାରା ଆଧାର ପ୍ରାମାଣିକରଣ ଓ ଇ-ପୋସ୍ (ପଏଣ୍ଟ୍ ଅଫ୍ ସେଲ) ଦ୍ୱାରା ରାସନ ବିତରଣ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । 

ଏସମ୍ପର୍କରେ ଟ୍ୱିଟ୍ କରି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି । ଅନ୍ୟ ଆଦେଶ ଆସିବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲ ସୂଚନା ମିଳିଛି । କରୋନା ସଙ୍କଟକୁ ଆଖିରେ ରଖି ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଫିଙ୍ଗର ପ୍ରିଣ୍ଟକୁ ବାରଣ କରାଯାଇଛି । ଫିଙ୍ଗର ପ୍ରିଣ୍ଟ ସ୍କାନର୍‌ ଓ ଆଇଆରଆଇଏସ ମେସିନ୍ ବ୍ୟବହାରକୁ ମଧ୍ୟ ବନ୍ଦ ରଖାଯାଇଛି । ବିନା ଫିଙ୍ଗର ପ୍ରିଣ୍ଟ୍ ଦେଇ ରାସନ ନେଇ ପାରିବେ ରାସନ କାର୍ଡ୍ ଧାରକ । 

Leave a Reply