କଟକ ମାଲଗୋଦାମ ପାଇଁ ନୂଆ ନିୟମ କଲା ବ୍ୟବସାୟୀ ସଂଘ, ଏଣିକି ନିର୍ଦ୍ଧାରିତ ସମୟରେ କରିବେ ବେପାର

କଟକ: କଟକ ସହର କରୋନା ସ୍ଥିତି ନେଇ କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସ ଗତକାଲି ସାମ୍ୱାଦିକ ସମ୍ମିଳନୀ କରିଥିଲେ । ସହରାଞ୍ଚଳରେ ସଂକ୍ରମଣ ଅଧିକା ଥିବା କଥା କହି ବିଶେଷଭାବେ କିଛି ଦିନ ପାଇଁ କଟକ ମାଲଗୋଦାମ ଅଞ୍ଚଳକୁ ଅଯଥା ଯାତାୟାତ କରିବାକୁ ମନା କରିଥିଲେ । କଟକ ବେହେରା ସାହିରେ ସଂକ୍ରମିତଙ୍କ ସଂଖ୍ୟା ସବୁଠାରୁ ଅଧିକ  । ଏହା ମାଲଗୋଦାମକୁ ଏକଦମ ଲାଗି କରି ଥିବା ଅଞ୍ଚଳ । ତେଣୁ ମାଲଗୋଦାମକୁ ବାରଣ ହୋଇଛି । ଅନ୍ୟପକ୍ଷରେ ମାଲଗୋଦାମ ବ୍ୟବସାୟୀ ସଂଘ ଏଭଳି ଏକ ଘଡ଼ିସନ୍ଧୀ ସମୟରେ ବ୍ୟବସାୟୀଙ୍କ ପାଇଁ ନୂଆ ନିୟମ କରିଛନ୍ତି ।

 

ନିୟମ ଅନୁଯାୟୀ, ଜରୁରୀ ସାମଗ୍ରୀ ବ୍ୟତିରେକ ଅନ୍ୟ ଆସବାପତ୍ର ବିକୁଥିବା ଦୋକାନୀ ସକାଳ ୭ଟାରୁ ୧୦, ହୋଲସେଲ ଜରୁରୀ ସାମଗ୍ରୀ ବିକୁଥିବା ଦୋକାନୀ ୧୦ରୁ ୨ଟା, ଖୁଚୁରା  ଜରୁରୀ ସାମଗ୍ରୀ ଦୋକାନୀ ଅପରାହ୍ଣ ୨ଟାରୁ ରାତି ୮ ପର୍ଯ୍ୟନ୍ତ ଖୋଲିପାରିବେ । ତେବେ ଖୁଚୁରା ଦୋକାନ ସବୁଦିନ ଖୋଲିବନି । ଦିନେ ଖୋଲିଲେ ଦିନେ ବନ୍ଦ ରହିବ ବୋଲି ମାଲଗୋଦାମୀ ବ୍ୟବସାୟୀ ସଂଘ ପକ୍ଷରୁ ପ୍ରକାଶ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ମାଲଗୋଦମା ରାଜ୍ୟରୁ ସବୁଠାରୁ ବଡ ରାସନ ସାମଗ୍ରୀର ଗୋଦାମ ।

Leave a Reply