ସମୁଦ୍ର ଗର୍ଭରେ ଲୀନ ହେବ ମୁମ୍ବାଇ ସହ ଓଡ଼ିଶାର କିଛି ସହର

1 min read

ବଢୁଛି ସମୁଦ୍ରର ଜଳସ୍ତର ! ୨୦୫୦ ସୁଦ୍ଧା ଦେଶର କେତକ ଉପକୂଳବର୍ତ୍ତୀ ଅଞ୍ଚଳ ବହୁତ ଶୀଘ୍ର ସମୁଦ୍ର ଗର୍ଭରେ ଲୀନ ହେବାକୁ ଯାଉଛି  । ନେଚର କମ୍ୟୁନିକେସନ ଜର୍ନଲ ଦ୍ୱାରା କରାଯାଇଥିବା ରିସର୍ଚ୍ଚରୁ ଏମିତି ଏକ ଭୟାନକ ସତ ସାମ୍ନାକୁ ଆସିଛି  । ଏହି ରିସର୍ଚ୍ଚରେ କୁହାଯାଇଛି ଯେ, ଭାରତ ସହ ଅନ୍ୟ ଏସିଆ ଦେଶ ଯଥା ବାଙ୍ଗାଲାଦେଶ, ଇଣ୍ଡୋନେସିଆର କିଛି ଅଂଶ ମଧ୍ୟ ସମୁଦ୍ର ଗର୍ଭରେ ଲୀନ ହେବ  ।

ସେହିପରି ଭାରତର ସ୍ୱପ୍ନର ସହର ଉପରେ ମଧ୍ୟ ବିପଦ ରହିଛି । କୁହାଯାଇଛି କି ମୁମ୍ବାଇର କିଛି ଅଂଶ ସମୁଦ୍ର ଗର୍ଭକୁ ଚାଲିଯିବ । ତେବେ ମୁମ୍ବାଇର ଦକ୍ଷିଣ ଅଂଶଗୁଡ଼ିକ ଅଧିକ ପ୍ରଭାବିତ ହେବାନେଇ ରିସର୍ଚ୍ଚରୁ ଜଣାପଡ଼ିଛି ।

ସେହିପରି ଓଡ଼ିଶାର ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଆଦି ଜିଲ୍ଲା ଅନ୍ତର୍ଗତ ଉପକୂଳ ଓଡ଼ିଶା ପ୍ରତି ବିପଦ ରହିଥିବା ରିସର୍ଚ୍ଚରୁ ଜଣାପଡ଼ିଛି । ଏହା ସହ ୨୦୫୦ ସୁଦ୍ଧା ବିଶ୍ୱର ୩୪ କୋଟି ଲୋକ ଏମିତି ସ୍ଥାନରେ ରହୁଥିବେ ଯାହା ବନ୍ୟା ପାଣି ଦ୍ୱାରା ପୁରା ବୁଡ଼ିଯିବ  ।

ଏହାସହ ଆଉଏକ ରିସର୍ଚ୍ଚ ସଂସ୍ଥା ‘କ୍ଲାଇମେଟ୍‌ ସେଣ୍ଟ୍ରାଲ୍‌’ ଦ୍ୱାରା ପ୍ରସ୍ତୁତ ପ୍ରୋଜେକ୍‌ସନ୍‌ ମ୍ୟାପ୍‌ରେ ଦେଖାଯାଉଛି ଯେ ଆଗାମୀ ତିନି ଦଶନ୍ଧି ମଧ୍ୟରେ ୨ ରୁ ୭ ଫୁଟ୍‌ ଯାଏଁ ସମୁଦ୍ର ଜଳସ୍ତର ବୃଦ୍ଧି ଯୋଗୁଁ ଭିତରକନିକା ଜାତୀୟ ଉଦ୍ୟାନ, ବାଲୁଖଣ୍ଡ-କୋଣାର୍କ ବନ୍ୟଜନ୍ତୁ ସଂରକ୍ଷଣ, ଚନ୍ଦ୍ରଭାଗା ବେଳାଭୂମି ଏବଂ ଚିଲିକା ଚତୁଃପାର୍ଶ୍ୱସ୍ଥ ଅଞ୍ଚଳ ଭଳି ଗୁଡ଼ାଏ ଗୁରୁତ୍ୱପୂର୍ଣ୍ଣ ଉପକୂଳୀୟ ଜୈବପ୍ରଣାଳୀ ବୁଡ଼ିଯାଇ ପାରେ କିମ୍ବା ସବୁଦିନ ପାଇଁ ଜଳମଗ୍ନ ହୋଇ ରହିପାରେ। ')}

Leave a Reply