ଲୋକଙ୍କୁ ମହଲତ ଦେବା ଲାଗି ଦଳମତ ନିର୍ବିଶେଷରେ ଦାବି: ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ

ଭୁବନେଶ୍ୱର: ଡିସେମ୍ବର ୧ ପରିବର୍ତ୍ତେ ଦୁଇରୁ ତିନି ମାସ ବିଳମ୍ବରେ ନୂଆ ମୋଟର ଯାନ ଆଇନ ଲାଗୁ କରିବା ନେଇ ଗୃହରେ ଦାବି । ଦଳମତ ନିର୍ବିଶେଷରେ ଗୃହରେ ଦାବି କଲେ ବିଧାୟକମାନେ । ସନ୍ଧ୍ୟା ନ ହେଉଣୁ ଆରଟିଓ ଅଫିସ ଵନ୍ଦ ହୋଇଯାଉଛି । ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ପ୍ରମୁଖ ହନ୍ତସନ୍ତ ହେଉଛନ୍ତି । ଏନେଇ ଗୃହରେ ଉଦ୍‌ବେଗ ପ୍ରକାଶ କରିଥିଲେ ବିଧାୟକ ଦେବୀ ମିଶ୍ର ଓ ତାରା ପ୍ରସାଦ ବାହିନୀପତି । ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଦୁଇରୁ ତିନି ମାସର ମହଲତ ପରେ ଯାଇ ଟ୍ରାଫିକ କଟକଣା ସହ ନୂଆ ଜରିମାନା ଓ ନିୟମ ଲାଗୁ କରିବା ନେଇ ଯୁକ୍ତି ବାଢ଼ିଥିଲେ । ଏ ନେଇ ବାଚସ୍ପତି ଏହା ଉପରେ ରୁଲିଂ ସହ ପରିଵହନ ମନ୍ତ୍ରୀଙ୍କ ଏ ଵାଵଦରେ ଗୃହରେ ସ୍ପଷ୍ଟୀକରଣ ମାଗିଥିଲେ ।

ଅପରପକ୍ଷରେ ସମୟସୀମା ସରିବା ବେଳକୁ ଲୋକଙ୍କ ଭିଡ଼ ଜମୁଛି । ଏନେଇ ବିଭାଗ ପାଖରେ ଖବର ରହିଛି । ଯେପରି କିଛି ଅସୁବିଧା ହେବନି ସେନେଇ ଦୃଷ୍ଟି ଦେଉଥିବା କହିଛନ୍ତି ପରିବହନ ମନ୍ତ୍ରୀ । ଏଥିସହ ଡିସେମ୍ୱର ପହିଲାରୁ ନୂଆ ନିୟମ ଲାଗୁ ହେବକି ନାହିଁ ସେ ନେଇ ବିଚାର ବିମର୍ଷ ଚାଲିଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

Leave a Reply