ସରୁଛି ଡେଡ୍‌ ଲାଇନ୍‌, ବଢ଼ୁଛି ଭିଡ଼; ୪ ଦିନ ପରେ ୧୦ ଗୁଣା ତଣ୍ଡ

1 min read

ଭୁବନେଶ୍ୱର (ଅରୁଣ କୁମାର ସାହୁ) ଡିସେମ୍ବର ପହିଲାରୁ ପୁଣି କଡ଼ାକଡ଼ି ହେବ ଟ୍ରାଫିକ ନିୟମ । ନୂଆ ମୋଟର ଯାନ ନିୟମକୁ ନେଇ ହେବ ଜୋରଦାର ଧରପଗଡ଼ । ହେଲେ ୩ ମାସର ମହଲତ ପରେ ବି ଲୋକଙ୍କୁ ନିଅଣ୍ଟ ପଡ଼ୁଛି ସମୟ । ସରିଆସୁଛି ଡେଡ ଲାଇନ, ବଢ଼ୁଛି ଭିଡ଼ । ଆରଟିଓ ଅଫିସରେ ତାଲା ଖୋଲିବା ପୂର୍ବରୁ ଲାଗୁଛି ଲମ୍ବା ଲାଇନ୍‌। ଆବେଦନକାରୀ ଯେନତେନ ପ୍ରକାରେ ଲାଇସେନ୍ସ ପାଇବା ପାଇଁ ଆରଟିଓ ଅଫିସରେ ଝାଳ ନାଳ ହୋଇଛନ୍ତି।  ଅଫିସ ଭିତରେ ଯେତିକି ଭିଡ, ବାହାରେ ବି ସେତିକି ଭିଡ ।

ରୋଡରୁ ଆରଟିଓ ଅଫିସ  ପାର୍କିଂ ଜାଗାରେ ବାଇକ ରଖିବାକୁ ଜାଗା ନାହିଁ। ଡିଏଲ୍‌, ଲର୍ଣ୍ଣି ଲାଇସେନ୍ସ ଓ ନବୀକରଣ ପାଇଁ ଆରଟିଓ ଅଫସିର ଆବେଦନ ପାଇଁ ଲୋକଙ୍କ ଲାଗୁଛି ଭିଡ଼ । ରାଜ୍ୟ ସରକାର ତିନି ମାସର ସମୟ ଦେବା  ପରେ ଲୋକଙ୍କ ସୁଧୁରି ନାହାନ୍ତି । ଗାଡ଼ିର କାଗଜ ପତ୍ର ଠିକ କରିବାକୁ ୩ ମାସ କମ ହୋଇଛି, ଆଉ ଅଧିକା ତିନି ମାସ ସମୟ ଦେବା କଥା ବୋଲି ଆବେଦନକାରୀ କହିଛନ୍ତି।

ଭୁବନେଶ୍ୱର ଆରଟିଓ 1 ଓ 2 କାର୍ଯ୍ୟଳୟରେ ଭୁବନେଶ୍ୱର ନୁହେଁ ଲାଇସେନ୍ସ ପାଇଁ ବି ଡେରା ପକାଇଛନ୍ତି ଅନ୍ୟ ଜିଲ୍ଲାର ଲୋକେ । ଲୋକମାନଙ୍କୁ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଲମ୍ବା ଲାଇନରୁ ଟିକେ ହଟିଗଲେ, ପୁଣିଥରେ ନମ୍ବର ପଛକୁ କାଳେ ଯିବେ ବାଧ୍ୟ ହୋଇ ତଳେ ବସି ରହି ଜାଗା ରଖୁଛନ୍ତି ଲୋକେ। ରାଜ୍ୟ ସରକାର ବିଭିନ୍ନ ସରକାରୀ କାର୍ଯ୍ୟଳୟରେ ଦଲାଲ ମୁ୍କ୍ତ ପାଇଁ ଅଭିଯାନ ଚଲାଇଥିବା ବେଳେ ଆରଟିଓରେ ଦଲାଲ ବ୍ୟବସ୍ଥା ଠିକ ଥିଲା ଯୁକ୍ତି ବାଢ଼ିଛନ୍ତି ଜଣେ ଆବେଦନକାରୀ ।

୨ ଯୁବତୀ ହାତାହାତି

ଆରଟିଓ-୨ରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ୨ ଜଣ ଯ଼ୁବତୀ ମାରପିଟ୍‌। ରଣକ୍ଷେତ୍ର ପାଲଟିଥିଲା ପରିବହନ ବିଭାଗ।  ଧାଡିରେ ଛିଡ଼ା ହେବାକୁ କେନ୍ଦ୍ରକରି ଦୁଇ ଜଣ ଯ଼ୁବତୀଙ୍କ ହାତାହାତି ହୋଇଛନ୍ତି । ଖବର ପାଇଁ ଘଟଣା ସ୍ଥଳରେ ପିସିଆର ଭ୍ୟାନ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

Leave a Reply