ଭୁବନେଶ୍ୱରରୁ କେଉଁ ସହରକୁ ଉଡ଼ିବାକୁ ଦେବାକୁ ହେବ କେତେ ଟଙ୍କା ଜାଣନ୍ତୁ…

1 min read

ଭୁବନେଶ୍ୱର: ଆସନ୍ତା ୨୫ ତାରଖରୁ ଦେଶରେ ଆରମ୍ଭ ହେବ ଘରୋଇ ବିମାନ ସେବା । ବର୍ତ୍ତମାନ ବିମାନ ଚଳାଚଳ ସମୟ ଅନୁସାରେ ଯାତ୍ରା ସମୟ ଆଧାରରେ ରୁଟକୁ ୭ଟି ସେକ୍ସନରେ ବଣ୍ଟାଯାଇଛି । ପ୍ରତି ରୁଟ୍ ପାଇଁ ସର୍ବନିମ୍ନ ଓ ସର୍ବାଧିକ ଦର ସ୍ଥିର କରିଛନ୍ତି କେନ୍ଦ୍ର ସରକାର । ସର୍ବନିମ୍ନ ଟିକେଟ୍ ମୂଲ୍ୟ ୨ ହଜାର ଟଙ୍କା ରଖାଯାଇଥିବା ବେଳେ ସର୍ବାଧିକ ୧୮ ହଜାର ୬୦୦ ଟଙ୍କା ରହିଛି । ତେବେ, ୪୦ ପ୍ରତିଶତ ଟିକେଟ୍ ସର୍ବନିମ୍ନ ଓ ସର୍ବାଧିକ ଦର ମଧ୍ୟରେ ବିକ୍ରି ହେବ ।

ଯଦି ଗୋଟିଏ ରୁଟରେ ଟିକେଟର ସର୍ବନିମ୍ନ ମୂଲ୍ୟ ୨ ହଜାର ଓ ସର୍ବାଧିକ ମୂଲ୍ୟ ୬ ହଜାର ଟଙ୍କା ହୁଏ । ତେବେ, ୪୦ ପ୍ରତିଶତ ଟିକେଟ (୨୦୦୦+୬୦୦୦/୨=୪୦୦୦) ୪ ହଜାର ଟଙ୍କା ମୂଲ୍ୟରେ ବିକ୍ରି ହେବ । କେନ୍ଦ୍ର ସରକାର ଜାରି କରିଥିବା ଏହି ଦର ଅଗଷ୍ଟ ୨୪ ତାରିଖ ଯାଏଁ ବଳବତ୍ତର ରହିବ ।

ଆସନ୍ତୁ ଜାଣିବା ଭୁବନେଶ୍ୱରରୁ କେଉଁ ସହରକରୁ ବିମାନରେ ଗଲେ କେତେ ଟଙ୍କା ଦେବାକୁ ପଡ଼ିବ ?

୧) ୪୦ ମିନିଟରୁ କମ୍ ସମୟ ଉଡ଼ାଣକୁ ରୁଟ୍ ‘ଏ’ରେ ରଖାଯାଇଛି । ‘ଏ’ ରୁଟରେ ସର୍ବନିମ୍ନ ଟିକେଟ୍ ଦର ୨ ହଜାର ଟଙ୍କା ଥିବାବେଳେ ସର୍ବାଧିକ ୬ ହଜାର ଟଙ୍କା ରହିଛି । ଏହି ରୁଟରେ କୋଲକାତା-ଭୁବନେଶ୍ୱର ଆସୁଛି ।

୨) ୪୦ ମିନିଟରୁ ୬୦ ମିନିଟର ଉଡ଼ାଣକୁ ରୁଟ୍ ‘ବି’ରେ ରଖାଯାଇଛି । ‘ବି’ ରୁଟରେ ସର୍ବନିମ୍ନ ଟିକେଟ୍ ଦର ୨,୫୦୦ ଟଙ୍କା ଥିବାବେଳେ ସର୍ବାଧିକ ୭,୫୦୦ ହଜାର ଟଙ୍କା ରହିଛି । ଏହି ରୁଟରେ ଭୁବନେଶ୍ୱର-ରାଞ୍ଚି ଆସୁଛି ।

୩) ୬୦ ମିନିଟରୁ ୯୦ ମିନିଟର ଉଡ଼ାଣକୁ ରୁଟ୍ ‘ସି’ରେ ରଖାଯାଇଛି । ‘ସି’ ରୁଟରେ ସର୍ବନିମ୍ନ ଟିକେଟ୍ ଦର ୩ ହଜାର ଟଙ୍କା ଥିବାବେଳେ ସର୍ବାଧିକ ୯ ହଜାର ଟଙ୍କା ରହିଛି । ଏହି ରୁଟରେ ଭୁବନେଶ୍ୱରରୁ ଚେନ୍ନାଇ, ଗୌହାଟି, ହାଇଦ୍ରାବାଦ, କୋଲକାତା, ମୁମ୍ବାଇ ଆସୁଛି । ସେହିପରି ଚେନ୍ନାଇରୁ ଭୁବନେଶ୍ୱର, ଗୌହାଟିରୁ ଭୁବନେଶ୍ୱର, ହାଇଦ୍ରାବାଦରୁ ଭୁବନେଶ୍ୱର ରହିଛି ।

୪) ୯୦ ମିନିଟରୁ ୧୨୦ ମିନିଟର ଉଡ଼ାଣକୁ ରୁଟ୍ ‘ଡି’ରେ ରଖାଯାଇଛି । ‘ଡି’ ରୁଟରେ ସର୍ବନିମ୍ନ ଟିକେଟ୍ ଦର ୩,୫୦୦ ଟଙ୍କା ଥିବାବେଳେ ସର୍ବାଧିକ ୧୦ ହଜାର ଟଙ୍କା ରହିଛି । ଏହି ରୁଟରେ ଅହମଦାବାଦ-ଭୁବନେଶ୍ୱର, ବେଙ୍ଗଳୁରୁ-ଭୁବନେଶ୍ୱର, ଭୁବନେଶ୍ୱର-ଦିଲ୍ଲୀ-ଭୁବନେଶ୍ୱର, ମୁମ୍ବାଇ-ଭୁବନେଶ୍ୱର ଆସୁଛି ।

୫) ୨ ଘଣ୍ଟାରୁ ଅଢ଼େଇ ଘଣ୍ଟାର ଉଡ଼ାଣକୁ ରୁଟ୍ ‘ଇ’ରେ ରଖାଯାଇଛି । ‘ଇ’ ରୁଟରେ ସର୍ବନିମ୍ନ ଟିକେଟ୍ ଦର ୪,୫୦୦ ଟଙ୍କା ଥିବାବେଳେ ସର୍ବାଧିକ ୧୩ ହଜାର ଟଙ୍କା ରହିଛି । ଏହି ରୁଟରେ ଭୁବନେଶ୍ୱର-ଗୌହାଟି ଆସୁଛି ।

୬) ଅଢ଼େଇ ଘଣ୍ଟାରୁ ୩ ଘଣ୍ଟାର ଉଡ଼ାଣକୁ ରୁଟ୍ ‘ଏଫ୍’ରେ ରଖାଯାଇଛି । ‘ଏଫ’ ରୁଟରେ ସର୍ବନିମ୍ନ ଟିକେଟ୍ ଦର ୫,୫୦୦ ଟଙ୍କା ଥିବାବେଳେ ସର୍ବାଧିକ ୧୩,୭୦୦ ଟଙ୍କା ରହିଛି ।

୭) ୩ ଘଣ୍ଟାରୁ ସାଢ଼େ ୩ ଘଣ୍ଟାର ଉଡ଼ାଣକୁ ରୁଟ୍ ‘ଜି’ରେ ରଖାଯାଇଛି । ‘ଜି’ ରୁଟରେ ସର୍ବନିମ୍ନ ଟିକେଟ୍ ଦର ୬,୫୦୦ ଟଙ୍କା ଥିବାବେଳେ ସର୍ବାଧିକ ୧୮,୬୦୦ ଟଙ୍କା ରହିଛି ।

ମେ’ ୧୫ ସୁଦ୍ଧା ଆରମ୍ଭ ହୋଇପାରେ ଘରୋଇ ବିମାନ ଚଳାଚଳ

Leave a Reply