ଘରେ ଧାର୍ଯ୍ୟ ସୀମାଠାରୁ ଅଧିକ ମଦ ରଖିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କୁ ନେବାକୁ ପଡ଼ିବ ଏକ ଲାଇସେନ୍ସ

1 min read

ଲକ୍ଷ୍ନୌ: ଆପଣ ଆପଣଙ୍କ ଘରେ ଏକ ବାର କରିଛନ୍ତି କି। ଯେଉଁଥିରେ ଆବଶ୍ୟକତା ଠାରୁ ଅଧିକ ମଦ ରହିଛି। ତାହାଲେ ଆଗକୁ ଆପଣଙ୍କର ଘରେ ଥିବା ବାରର ଥାକ ଅଧିକରୁ ଅଧିକ ଖାଲି ହୋଇପାରେ। କାରଣ ଏକ୍ସାଇଜ୍ ନୀତିରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଉତ୍ତରପ୍ରଦେଶ ସରକାର ଏଭଳି କିଛି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଯୋଗୀ ଆଦିତ୍ୟନାଥ ସରକାର ବର୍ତ୍ତମାନ ଘରେ ମଦ ରଖିବା ପାଇଁ ଲାଇସେନ୍ସ ପ୍ରଦାନ କରିବାକୁ ଯାଉଛନ୍ତି। ନୂତନ ଏକ୍ସାଇଜ୍ ପଲିସିରେ ରାଜ୍ୟ ସରକାର ଏହା ଉପରେ ମୋହର ଲଗାଇଛନ୍ତି।

୨୦୨୧-୨୦୨୨ ବର୍ଷ ପାଇଁ ଜାରି କରାଯାଇଥିବା ଏକ୍ସାଇଜ୍ ନୀତିରେ ରାଜ୍ୟ ସରକାର ଏହି ନୂତନ ବ୍ୟବସ୍ଥାକୁ ଆପଣେଇଛନ୍ତି। ଯଦି କେହି ତାଙ୍କ ଘରେ ବ୍ୟବହାର ପାଇଁ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମଦ୍ୟପାନ କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ଏକ୍ସାଇଜ୍ ବିଭାଗରୁ ଲାଇସେନ୍ସ ପାଇଁ ଆବେଦନ କରିବାକୁ ପଡ଼ିବ। ତେବେ ୨୦୨୧-୨୦୨୨ ବର୍ଷ ପାଇଁ ବିଦେଶୀ ମଦ, ବିୟର ଏବଂ ମଦର ଅଗ୍ରୀମ ସଂରକ୍ଷଣକୁ ଫେବୃଆରୀ ୧୫ରୁ ଅନୁମତି ଦିଆଯିବ।

ସେପଟେ ଯୋଗୀ ସରକାର ଆସନ୍ତା ଆର୍ଥିକ ବର୍ଷରେ ଏକ୍ସାଇଜ୍ ବିଭାଗରେ ୬ ହଜାର କୋଟି ବୃଦ୍ଧି କରି ୩୪,୫୦୦ କୋଟି ଟଙ୍କା କରିବାକୁ ଲକ୍ଷ୍ୟ ରଖିଛନ୍ତି। ନୂତନ ନୀତିର ଉଦ୍ଦେଶ୍ୟ ହେଉଛି ବ୍ୟବସାୟ କରିବାରେ ସହଜତା ଏବଂ ଉତ୍ତମ ଶାସନ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ କ୍ୟାବିନେଟ ଶୁକ୍ରବାର ଦିନ ୨୦୨୧-୨୦୨୨ ବର୍ଷ ପାଇଁ ନୂତନ ଏକ୍ସାଇଜ୍ ନୀତି ଅନୁମୋଦନ କରିଛି।

Leave a Reply