ବୋତଲରେ ବୋଇତ , ବୋତଲ ଭିତରେ କିପରି ତିଆରି କରିବେ ଏଭଳି କଳା ? ପଢନ୍ତୁ ଏହି ଖବର ।

1 min read

ଭୁବନେଶ୍ବର : ବୋତଲ ଭିତରେ ବୋଇତ । ଆପଣ ନିଶ୍ଚୟ ଭାବୁଥିବେ , ପାଣି ଉପରେ ଚାଲୁଥିବା ବୋଇତ ବୋତଲ ଭିତରକୁ ଆସିଲା କିପରି । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେବି ଏହା ସତ ।  ନିଜର କଳା ଓ କୌଶଳ ବଳରେ ଓଡିଆ ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ପାଇଁ ଆଉ ଏକ ପ୍ରୟାସ କରିଛନ୍ତି ଖୋର୍ଦ୍ଧାର ଇଶ୍ୱର ରାଓ ।

ଶିଳ୍ପୀ ଇଶ୍ୱର ରାଓ ଏଥର ସାବୁନରେ ତିଆରି କରିଛନ୍ତି ବୋଇତ । ବୋଇତର ଲମ୍ବ ଅଢେଇ ଇଞ୍ଚ ଓ ଓସାର ସାଢେ ୩ ଇଞ୍ଚ । ବୋଇତ ତିଆରି କରିବା ପାଇଁ ଇଶ୍ୱରଙ୍କୁ ୭ ଦିନ ଲାଗିଛି । ଫଟୋରେ ଦେଖାଯାଉଥିବା ଏହି ବୋଇତ ଗୋଟିଏ ସାବୁନରେ ତିଆରି ହୋଇଛି । ପ୍ରଥମେ ବୋଇତର ଡିଜାଇନ କରିବା ପରେ ଖଣ୍ଡ ଖଣ୍ଡ କରି ଏହି ବୋତଲ ଭିତରେ ରଖାଯାଇଛି ସାବୁନ ଖଣ୍ଡ ।

ଏହି କଳାକୁ ଦେଖିବା ପରେ ଇଶ୍ୱରଙ୍କ ପାଖରେ ଛୁଟିଛି ପ୍ରଶଂସାର ସୁଅ । ସୋଲ , ପେନସିଲ ଓ ସାବୁନରେ ଏଭଳି ନିଆରା କଳାକୃତି କରିବାରେ ଇଶ୍ୱର ରାଓ ବେଶ ପାରଙ୍ଗମ । ')}

Leave a Reply