କଟକରେ ଡାକ୍ତର ହେଲେ କରୋନା ଆକ୍ରାନ୍ତ

କଟକ: କଟକରେ ଜଣେ ଡାକ୍ତର ଏବେ କୋରୋନା ଆକ୍ରାନ୍ତ । ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଆକ୍ରାନ୍ତ ଡାକ୍ତର ଜଣକ ଜଣେ ଶିଶୁ ରୋଗ ବିଶେଷଜ୍ଞ । ସେ କଟକ ସିଟି ହସ୍ପିଟାଲରେ କାର୍ଯ୍ୟରତ ଥିଲେ । ତାଙ୍କ ନାଁ ଡ. ସି ପଣ୍ଡା ବୋଲି ଜଣାପଡ଼ିଛି ।

ତେବେ ସବୁଠାରୁ ବଡ଼ କଥା ହେଲା ସେ କୌଣସି କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁନଥିଲେ । ହେଲେ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କୁ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ କିଭଳି ଏବଂ କାହା ସଂସ୍ପର୍ଶରେ ଆସି କରାେନା ଆକ୍ରାନ୍ତ ହୋଇଛନ୍ତି ସେନେଇ ଏବେ ତଦନ୍ତ ଚାଲିଛି ।

ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ପରେ ଏବେ ଅନ୍ୟ ସମସ୍ତ ଡାକ୍ତରଙ୍କ ସ୍ୱାବ୍‌ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଇଛି ।

Leave a Reply